ଭାରତୀୟ ସେନାର ବିଶ୍ୱ ରେକର୍ଡ ! ଗୋଟିଏ ବାଇକରେ ୫୮ ଜଣ ଯବାନଙ୍କ ଷ୍ଟଂଟ, ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ୍ସରେ ମିଳିଲା ସ୍ଥାନ

31

କନକ ବ୍ୟୁରୋ: ବାଙ୍ଗାଲୁର ଇଣ୍ଡିଆନ ଏୟାରଫୋର୍ସ ବେସରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ସେନା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଗୋଟିଏ ବାଇକରେ ୫୮ ଜଣ ଯବାନ ଏକସଙ୍ଗେ ୨୫୦ ମିଟର ଯାଇ ରେକର୍ଡ ସୃଷ୍ଟି କରିଛନ୍ତି ।

୫ଶହ ସିସି ରଏସ ଏନଫିଲ୍ଡ ବାଇକରେ ଏହି ଷ୍ଟଂଟ ପ୍ରଦର୍ଶନ କରିଛନ୍ତି ସେନା । ତ୍ରିରଂଗାର ୩ଟି ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯବାନମାନଙ୍କ ଷ୍ଠଂଟର ନେତୃତ୍ୱ ନେଇଥିଲେ ମେଜର ବନୀ ଶର୍ମା । ଷ୍ଟଂଟ ଅଫ୍ ଦ ଇୟର ଆଖ୍ୟା ଦିଆଯାଇଛି । ଖାଲି ଏତିକି ନୁହେଁ ଆର୍ମି ସର୍ଭିସ ଫୋର୍ସର ଏହି ନିଆରା ରେକର୍ଡକୁ ଗିନିଜ ବୁକରେ ମଧ୍ୟ ସ୍ଥାନ ଦିଆଯାଇଛି ।