ଆକାଶରେ ଦମ୍ ଦେଖାଇଲା ବାୟୁସେନା ! ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନା ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

328

କନକ ବ୍ୟୁରୋ : ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ବାୟୁ ସେନା । ପ୍ରତିଷ୍ଠା ଦିବସ ଅବସରରେ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଏସ ଧନୋଆ କହିଛନ୍ତି, କମ୍ ସମୟ ମଧ୍ୟରେ ବଡ଼ ଯୁଦ୍ଧ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ଆକାଶ ବାହିନୀ । କିଛି ଦିନ ତଳେ ଉଭୟ ଚୀନ ଓ ପାକିସ୍ତାନକୁ ଦୃଷ୍ଟିରେ ରଖି ବିଏସ ଧନୋଆ କହିଥିଲେ ଏକକାଳୀନ ଦୁଇଟି ଫ୍ରଟରେ ଲଢିବାକ୍ୁ ଭାରତୀୟ ବାୟୁସେନା ସକ୍ଷମ ।

୮୫ତମ ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଗାଜିଆବାଦର ହିଣ୍ଡନ ଏୟାରବେସରେ ପରାକ୍ରମ ଦେଖାଇଛି ଇଣ୍ଡିଆନ ଏୟାର ଫୋର୍ସ । ଏୟାରବେସରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି ଲଢ଼ୁଆ ବିମାନର ଦୁର୍ଦଶ ପାଇଲଟ୍ । ହଁକ୍ ବିମାନ, ସୂର୍ଯ୍ୟକିରଣ ଓ ଧ୍ରୁବ ଆକାଶରେ କୌଶଳ ଦେଖାଇଛନ୍ତି । ସୂର୍ଯ୍ୟକିରଣର ଆରୋବେଟିକ୍ ପ୍ରଦର୍ଶନ ନୀଳ ଆକାଶରେ ନାଲି ଓ ଧଳା ପେଟିଂ ଭଳି ଦେଖାଯାଉଥିଲା । ଦୁନିଆର ଚତୁର୍ଥ ବଡ଼ ବାୟୁସେନାର ଦକ୍ଷତା ଦେଖି ତାଜୁବ ହୋଇଯାଇଥିଲେ ଶହ ଶହ ଦର୍ଶକ । ଆକାଶରେ ସୁଖୋଇ ୩୦, ଜାଗୁଆର, ମିଗ-୨୧ ଉଡ଼ାଣ କୌଶଳ ଥିଲା ବେଶ ରୋମାଂଚକର । ଶତ୍ରୁ ପକ୍ଷକୁ ଧ୍ୱଂସ କରିବାକୁ ସମର୍ଥ ଏହି ଲଢୁଆ ବିମାନର ପରାକ୍ରମ ସମସ୍ତଙ୍କୁ କରିଥିଲା ମନ୍ତ୍ରମୁଗ୍ଧ । ସେପଟେ ଦୁର୍ନୀତି ଅଭିଯୋଗ ପାଇଁ ଏୟାର ସୋ’ରେ ସାମିଲ କରାଯାଇନି ପ୍ରଶିକ୍ଷଣ ବିମାନ ପିଲାଟସକୁ ।