ଅପରାହ୍ନ ୩ରୁ୪ଟା ମଧ୍ୟରେ ଦେଶକୁ ଫେରିବେ ଅଭିନନ୍ଦନ ! ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ

245

କନକ ବ୍ୟୁରୋ : ଭାରତର ବୀର ପୁତ୍ର ତଥା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଫେରିବେ । ତାଙ୍କୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ ଉତ୍ସାହିତ ଅଛନ୍ତି । ପାକିସ୍ତାନ ସମୟ ଅନୁସାରେ ୩ରୁ ୪ ଟା ମଧ୍ୟରେ ଭାରତୀୟ ସୀମାରେ ପ୍ରବେଶ କରିବେ ଅଭିନନ୍ଦନ । ପାକ୍ ସେନା ୱିଙ୍ଗ କମାଣ୍ଡରଙ୍କୁ ୱାଘା ସୀମା ପର୍ଯ୍ୟନ୍ତି ନେଇକି ଆସିବ ।

ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ପୁଅ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ ।

ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।