ଭାଗ୍ୟର ବିଡମ୍ବନା ! ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ଲିଡରଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ପରାମର୍ଶଦାତା ଥିଲେ ପାକିସ୍ତାନରେ ବନ୍ଦୀ ଥିବା ପାଇଲଟଙ୍କ ପିତା

266

ଫିଲ୍ମ କାତ୍ରୁ ଭେଲିୟିଦାଇରେ ୧୯୯୯ର କାରଗିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ଲିଡର ବୁରଣ ଚକ୍ରପାଣି ଶତ୍ରୁ ଅଂଚଳକୁ ପଂହଚନ୍ତି ଓ ତାଙ୍କ ଫାଇଟର ଜେଟ୍ କୁ ତଳେ ଖସାଇ ଦିଆଯାଏ । ରାୱଲପିଣ୍ଡିରେ ପାକିସ୍ତାନୀ ସେନା ତାଙ୍କୁ ଧରିନିଏ । ତାଙ୍କୁ ଯୁଦ୍ଧ କଏଦୀ ରୂପେ ବନ୍ଦୀ କରାଯାଏ ଏବଂ ଅନେକ ଯାତନା ଏବଂ ଅମାନବୀୟ ବ୍ୟବହାର ଦିଆଯାଏ । ପାକିସ୍ତାନ ଜେଲରେ ବରୁଣ, ଲୀଳା ସହିତ ବିତାଇଥିବା ଦିନ ଗୁଡିକ ବିଷୟରେ ଭାବନ୍ତି ।

ଯେମିତି କି ଭାରତ ଏହି ସମୟରେ ବାୟୁସେନାର ୱିଙ୍ଗ କମାଣ୍ଡରଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆଶା କରୁଛି, ତେବେ ରିଲ ଓ ରିଅଲ ପରିସ୍ଥିତିରେ ସମାନତା ନଜର ଆସୁଛି । ବିଡମ୍ବନା ଦେଖନ୍ତୁ, ୱିଙ୍ଗ କମାଣ୍ଡରଙ୍କ ପିତା, ଏୟାର ମାର୍ଶଲ ଏସ ବର୍ଦ୍ଧମାନ, ମଣିରତ୍ନମଙ୍କ ଫିଲ୍ମ ‘କାତ୍ରୁ ଭେଲିୟିଦାଇ’ରେ ପରାମର୍ଶଦାତା ଥିଲେ ।

ତାମିଲ ଷ୍ଟାର ଓ ଫିଲ୍ମ କାତ୍ରୁ ଭେଲିୟିଦାଇରେ ହିରୋ ଭୂମିକାରେ ଥିବା ଅଭିନେତା କାର୍ଥି ଟ୍ୱିଟରରେ ଲେଖିଛନ୍ତି, “ମୁଁ ବହୁତ ଭାଗ୍ୟଶାଳୀ କି ଭାରତୀୟ ବାୟୁସେନାର କିଛି ପାଇଲଟଙ୍କ ସହ ସାକ୍ଷାତ କଲି । ତାଙ୍କୁ ଜାଣିବା ଏକ ସମ୍ମାନର ବିଷୟ ଏବଂ ସେମାନେ ଭିନ୍ନ ଲିଗର ପୁରୁଷ । ମୁଁ ଯୋଦ୍ଧାଙ୍କ ସୁରକ୍ଷିତ ଫେରିବାକୁ ପ୍ରାର୍ଥନା କରୁଛି ।”