ସାମନାକୁ ଆସିଲା ପାଇଲଟଙ୍କ ବଡି ଟେଷ୍ଟ ରିପୋର୍ଟ..ଜାଣନ୍ତୁ ସତରେ କଣ ପାକ୍ ସେନା ଅଭିନନ୍ଦନଙ୍କ ଶରୀରରେ ଲଗାଇଥିଲେ ଚିପ୍?

ପାକିସ୍ତାନ ଯୁବକଙ୍କ ଦାବି: ପାକିସ୍ତାନୀ ଆର୍ମି ଅଭିନନ୍ଦନଙ୍କ ଦେହରେ ଲଗାଇଥିଲେ ଚିପ୍

2,956

ଭାରତୀୟ ବାୟୁସେନାର ଓି୍ୱଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ଫେରିଆସିଛନ୍ତି ସତ ହେଲେ ଏବେ ସେ ତାଙ୍କ ଘରକୁ ଯାଇପାରିବେ ନାହିଁ । କାରଣ ତାଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ଦିଲ୍ଲୀସ୍ଥିତ ସେନା ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ସେ ଏବେ ଡିବିଙ୍ଗିଂ ପ୍ରୋସେସ (ଏହା ଏକ ପ୍ରକାରର କାଉଂସିଲିଂ ସେସନ, ଯେଉଁଥିରେ ସମ୍ବନ୍ଧିତ ବ୍ୟକ୍ତିଙ୍କର ସାଇକୋଲଜିକାଲ ଥିଙ୍କିଂ ଏବଂ ମାନସିକ ଅବସ୍ଥା ଯାଂଚ କରାଯାଇଥାଏ ) ସରିଛି । ଏଥିରେ ଜଣାପଡିଥାଏ କି, ଶତ୍ରୁ ଦେଶରୁ ଫେରିବା ବେଳେ ସେମାନେ ତାଙ୍କ ଶରୀରରେ କୌଣସି ଜାସୁସୀ ଉପକରଣ ତଥା ଚିପ୍ ଖଂଜିଛନ୍ତି କି ନାହିଁ । ତେବେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଅଭିନନ୍ଦନଙ୍କୁ ଆଇଏଏଫର ମେସକୁ ପଠାଯିବ ।

ଅଭିନନ୍ଦନଙ୍କୁ ମାସେ କାଳ ଏଠାରେ ହିଁ ରହିବାକୁ ପଡିବ । ଏହି ସମୟରେ ତାଙ୍କୁ ଅନେକ ପ୍ରସଙ୍ଗରେ ପଚରାଉଚରା ମଧ୍ୟ କରାଯିବ । ଆଉ ଯେପର୍ଯ୍ୟନ୍ତ ସେ ଆର୍ମି ମେସରେ ରହିବେ ତାଙ୍କୁ ତାଙ୍କର ପରିବାର ଲୋକ ଖୁବ କମ ସମୟ ପାଇଁ ହିଁ ଭେଟିପାରିବେ । ଭାରତୀୟ ବାୟୁସେନା ନିୟମ ଅନୁସାରେ ଅଭିନନ୍ଦନଙ୍କୁ ବିଭିନ୍ନ ପ୍ରକାରର ଯାଂଚ ଦେଇ ଅତିକ୍ରମ କରିବାକୁ ପଡିବ । ଏହି କ୍ରମରେ ଅଭିନନ୍ଦନଙ୍କ ଶରୀରର ପୂରା କରାଯାଇଛି ।

ଏହି ଯାଂଚରେ ତାଙ୍କର ନାକ, କାନ , ପାଟି କିମ୍ବା ମଳଦ୍ୱାରରେ କିମ୍ବା ପାନୀୟ ପଦାର୍ଥ ଜରିଆରେ କୌଣସି ଚିପ୍ ତାଙ୍କ ଶରୀରରେ ଖଂଜା ଯାଇନାହିଁତ ତାହା ମଧ୍ୟ ଦେଖାଯାଇଛି । ତେବେ ଏହି ଯାଂଚରେ ଅଭିନନ୍ଦନଙ୍କ ଶରୀରରେ ସୂଚନା ସେଭଳି କୌଣସି ଜିନିଷ ନଥିବା ଜଣାପଡିଛି । ଏବେ ଅଭିନନ୍ଦନଙ୍କୁ ଡିବ୍ରିଫିଂ ପ୍ରକ୍ରିୟା ଦେଇ ଗତିବାକୁ ପଡୁଛି । ଯେଉଁଥିରେ ତାଙ୍କୁ ପାକିସ୍ତାନରେ ବିତାଇଥିବା ୬୦ ଘଂଟାକୁ ନେଇ ପ୍ରତିଟି ମୁହ୍ୂର୍ତ୍ତର ଗତିବିଧି ସଂପର୍କରେ ପଚରାଉଚରା କରାଯାଉଛି ।

ଉଲ୍ଲେଖ ଥାଉ କି, ପାକିସ୍ତାନ କବଜାରେ ୬୦ ଘଂଟା କଟାଇବା ପରେ ଭାରତ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପଂଜରା ହାଡ଼ ଓ ମେରୁଦଣ୍ଡରେ ଆଘାତ ଲାଗିଛି । ସେନାର ରିସର୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରେ ହୋଇଥିବା ମେଡିକାଲ ଯାଂଚରୁ ଏହା ଜଣାପଡ଼ିଛି । ଅଭିନନ୍ଦନଙ୍କ ତଳ ପଞ୍ଜରାରେ ଶକ୍ତ ଆଘାତ ଲାଗିଥିବାବେଳେ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି । ପାରାଚ୍ୟୁଟ ସହାୟତାରେ ପିଓକେରେ ଓହ୍ଲାଇବା ପରେ ପାକିସ୍ତାନୀ ନାଗରିକ ଅଭିନନ୍ଦନଂକୁ ଆକ୍ରମଣ କରିଥିଲେ । ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନଂକର ଚିକତ୍ସା ଜାରି ରହିଛି । କୁଲିଂ ଡାଉନ୍ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆଉ କେତେକ ଚିକିତ୍ସା ଜାରି ରହିବ ବୋଲି ଜଣାପଡ଼ିଛି ।