ଶତ୍ରୁଦେଶ ହାତରେ ଧରାପଡି ମଧ୍ୟ ନିଜ ଦେଶର ଡାଟାକୁ କାହାରି ହାତ ଲଗାଇବାକୁ ଦେଇନଥିଲେ ପାଇଲେଟ୍ ଅଭିନନ୍ଦନ ! ପାକ୍ ସେନା ଧରିବା ପୂର୍ବରୁ ସବୁ ଦସ୍ତାବିଜକୁ ଖାଇଦେଇଥିଲେ ପାଇଲେଟ୍ । 

938

ମହମ୍ମଦ ରଜ୍ଜାକ୍ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାର ବୁଧବାର ସକାଳ ୯ .୩୦ ସମୟରେ ହଠାତ୍ ଆକଶମାର୍ଗରୁ ଧୂଆଁ ଏବଂ ଶବ୍ଦ ହୋଇଥିଲା ଯାହା ତାଙ୍କ ଧ୍ୟାନ କେନ୍ଦ୍ରିତ କରିଥିଲା । କିଛି ସମୟ ମଧ୍ୟରେ ମହମ୍ମନ ଜାଣିପାରିଥିଲା ଯେ ଦୁଇଟି ଏୟାରକ୍ରାଫ୍ଟ ଖୁବ୍ ଜୋରରେ ଜଳୁଛି । ଏଥିରୁ ଗୋଟିଏ ଏଲଓସି ପଟେ ଉଡୁଥିବା ବେଳେ ଅନ୍ୟଟି ସିଧା ଆସି ଭୂମିରେ ପଡିଥିଲା । ଏହାପରେ ଏକ ପାରାସୁଟ୍ ତଳକୁ  ଉଡି ଆସୁଥିବାର ଦେଖିଲା ରଜ୍ଜାକ୍ । ଘରଠାରୁ କେବଳ ୧ କି.ମି. ଦୂରରେ ଘଟିଥିବା ଏହି ଘଟଣା କ’ଣ ହୋଇଛି ଦେଖିବା ପାଇଁ ରଜ୍ଜାକ୍ ପାଖକୁ ଗଲାବେଳକୁ ଜଣେ ବ୍ୟକ୍ତିଙ୍କୁ ପାରାସୁଟ୍ ରୁ ବାହାରୁଥିବା ଦେଖିଥିଲା । ଏହାପରେ ସେ ଗାଁକୁ ଟେଲିଫୋନରେ ଏହି ଖବର ସୂଚନା ଦେଇଥିଲା । ଏହାପରେ ଲୋକମାନେ ଆସି ଆର୍ମି ଆସିବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କୁ ଧରିରଖିଲେ ।

ଏହି ବ୍ୟକ୍ତି ଜଣକ ଥିଲେ ଭାରତୀୟ ଏୟାରଫୋର୍ସର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ, ଯେ ଏବେ ପାକିସ୍ତାନ କଷ୍ଟଡୀରେ ରହିଛନ୍ତି । ସୂତ୍ର ଅନୁସାରେ ଏୟାରକ୍ରାଫ୍ଟ କ୍ରାଶ୍ ହେବା ପରେ ଭାରତୀୟ ପାଇଲେଟ୍ ଅଭିନନ୍ଦନଙ୍କୁ ପାକ୍ ସୀମାରେ ପାରାସୁଟ୍ ରୁ ତଳକୁ ଓହ୍ଲାଇବାକୁ ପଡିଥିଲା । ଏହାପରେ ପାକ୍ ସେନା ଅଭିନନ୍ଦନଙ୍କୁ ଧରି ନେଇଥିଲେ । ଅଭିନନ୍ଦନଙ୍କୁ ସକୁଶଳେ ଭାରତ ଫେରାଇବାକୁ ସରକାରଙ୍କ ତରଫରୁ ପୁରା ପ୍ରୟାସ କରାଯାଉଛି । ପାକିସ୍ତାନୀ ମିଡିଆ ଡାନ୍ ପୋର୍ଟାଲରେ ପ୍ରକାଶିତ ଖବର ଅନୁସାରେ ଯେଉଁ ସମୟରେ ପାକ୍ ସୀମାରେ ଅଭିନନ୍ଦନଙ୍କୁ ଓହ୍ଲାଇବାକୁ ପଡିଥିଲା ସେତେବେଳେ ତାଙ୍କ ପାଖରେ ଏକ ପିସ୍ତଲ୍ ଥିଲା । ଗ୍ରାମବାସୀ ପାଇଲେଟ୍ ଙ୍କୁ ଧରିନେବା ପରେ ଅଭିନନ୍ଦନଙ୍କ ପ୍ରଥମେ ପଚାରିଥିଲେ “ଏହା ହିନ୍ଦୁସ୍ତାନ ନା ପାକିସ୍ତାନ”? ଏହି କଥାରେ ଉକ୍ତ ଗ୍ରାମବାସୀ ହିନ୍ଦୁସ୍ତାନ ବୋଲି କହିଥିଲେ । ଏହାପରେ ଅଭିନନ୍ଦନ ହିନ୍ଦୁସ୍ତାନ ଜିନ୍ଦାବାଦ କହି ଓହ୍ଲାଇଥିଲେ । ପରେ ତାଙ୍କୁ ପାକିସ୍ତାନ ବୋଲି ଜଣାପଡିଥିଲା କିନ୍ତୁ ସେତେବେଳେ ଯୁବକ ମାନେ ପଥର ଉଙ୍ଖାଇବାକୁ ଲାଗିଲେ ଏବଂ ଅଭିନନ୍ଦନ ମଧ୍ୟ ଫାଙ୍କା ଗୁଳି ଚଳାଇଥିଲେ । ଯୁବକମାନଙ୍କୁ ଡରାଇବାରେ ଅସଫଳ କ୍ୟାପଟେନ୍ ନକ୍ସା ନେଇ ଏକ ପୋଖରୀରେ ପଣିଯାଇଥିଲେ । ନକ୍ସା ଏବଂ କିଛି ଦସ୍ତାବିଜ୍ କୁ ସେ ଯେତେ ପାରିଲେ ଖାଇଗଲେ ଏବଂ ଆଉ କିଛି ପୋଖରୀ ପାଣିରେ ଭିଜାଇ ଖରାପ କରିଦେଲେ । ଏହି ସମୟରେ ଜଣେ ଯୁବକ ତାଙ୍କ ଗୋଡକୁ ଆଘାତ କରିଥିଲା ଏବଂ ଏହାପରେ ଉକ୍ତ ଯୁବକ ମିଶି ପାଇଲେଟ୍ ଙ୍କୁ ଖୁବ୍ ପିଟିଥିଲେ । ଏହାପରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ କଷ୍ଟଡୀରେ ନେଇଥିଲେ ।