ଆଜି ଭାରତୀୟ ବାୟୁସେନାର ୮୫ତମ ପ୍ରତିଷ୍ଠା ଦିବସ !

27

କନକ ବ୍ୟୁରୋ : ଆଜି ଭାରତୀୟ ବାୟୁସେନାର ୮୫ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନା ପକ୍ଷରୁ ଶକ୍ତି ପ୍ରଦର୍ଶନ । ଗାଜିଆବାଦର ହିଣ୍ଡନ ଏୟାରବେସରେ ଶକ୍ତି ପ୍ରଦର୍ଶନ । ଏୟାରବେସରେ ବାୟୁସେନାର ଲଢ଼ୁଆ ବିମାନ ବିଭିନ୍ନ କୌଶଳ ପ୍ରଦର୍ଶନ କରୁଛନ୍ତି । ପ୍ରଥମ ଥର ପାଇଁ ୯ଟି ହଁକ୍ ବିମାନ, ସୂର୍ଯ୍ୟକିରଣ ଓ ଧ୍ରୁବ ଆକାଶ ମାର୍ଗରେ କୌଶଳ ଦେଖାଇବେ । ଏହା ସହିତ ସୁଖୋଇ ୩୦, ୪ ଜଗୁଆର, ୪ମିଗ-୨୧ ବାୟୁସେନା, ଆକାଶ ମାର୍ଗରେ ଉଡ଼ାଣ କୌଶଳ ଦେଖାଇବେ । ଦୁର୍ନୀତି ଅଭିଯୋଗ ପାଇଁ ପ୍ରଶିକ୍ଷଣ ବିମାନ ପିଲାଟସ ବାୟୁସେନା ଦିବସରେ ସାମିଲ ହୋଇନି । ଆଜି ଦୁନିଆ, ବିଶ୍ୱର ୪ର୍ଥ ବଡ଼ ବାୟୁସେନାର କ୍ଷମତା ଦେଖିବ ।