ଏସିଆନ୍ ଆଥେଲେଟ ମିଟର ଦିନକ ଆଗରୁ ବଢିଛି ଦୂତୀ ଚାନ୍ଦଙ୍କ ଅଡୁଆ ! ଆଇଏଏଏଫ୍ ପୁଣି ଉଠାଇଲା ଆଣ୍ଡ୍ରୋଜେନ୍ ବିବାଦ

32

କନକ ବ୍ୟୁରୋ : ଏସିଆନ୍ ଆଥେଲେଟ ମିଟର ଦିନକ ଆଗରୁ ବଢିଛି ଧାବିକା ଦୂତୀ ଚାନ୍ଦଙ୍କ ଅଡୁଆ । ଅନ୍ତରାଷ୍ଟ୍ରୀୟ ଆଥେଲେଟିକ୍ସ ଫେଡେରେସନ – ଆଇଏଏଏଫ୍ ତାଙ୍କ ବିରୋଧରେ ଥିବା ଆଣ୍ଡ୍ରୋଜେନ୍ ବିବାଦକୁ ପୁଣି ଆରମ୍ଭ କରିଛି । ଏନେଇ ତଥ୍ୟ ପ୍ରମାଣ ଦେବ ବୋଲି ଫେଡେରେସନ କହିଛି । ୨୦୧୫ ଜୁଲାଇ ୨୭ ତାରିଖରେ ୨ ବର୍ଷ ପାଇଁ ଦୂତୀ ଚାନ୍ଦଙ୍କୁ ବାସନ୍ଦ କରାଯାଇଥିଲା ।

ସେପଟେ ଏନେଇ ଦୂତୀ କରିଥିବା ଆବେଦନକୁ ଗ୍ରହଣ କରି ଚୂଡାନ୍ତ ରାୟ ଆସିବା ଯାଏଁ ସେ ଖେଳି ପାରିବେ ବୋଲି ମଧ୍ୟବର୍ତୀ ରାୟ କରିଥିଲେ ଅନ୍ତର୍ଜାତୀୟ କୋର୍ଟ । ତାଙ୍କ ଦେହରେ ପୁରୁଷ ହରମୋନ ଅଧିକ ଥିବା ନେଇ ଜଣାପଡିବା ପରେ ଏନେଇ ବିଚାର ଚାଲିଛି । ଭାରତ ଏବଂ ବିଦେଶୀ ମାନବାଧିକାର କର୍ମୀ ଏହାକୁ ଲିଂଗଗତ ମାମଲା ବୋଲି କହିଛନ୍ତି ।