ଫେସବୁକ ଚାଟିଂରୁ ଫସିଗଲେ ଭାରତୀୟ ବାୟୁସେନା ଅଧିକାରୀ ! ହନିଟ୍ରାପରେ ପଡି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

45

କନକ ବ୍ୟୁରୋ : ହନି ଟ୍ରାପରେ ଫସିଗଲେ ଭାରତୀୟ ବାୟୁସେନା ଅଧିକାରୀ । ଫେସବୁକ ଚାଟିଂରୁ ଫସିଗଲେ ଗ୍ରୁପ କ୍ୟାପଟେନ୍ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତୀୟ ବାୟୁ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୫୧ ବର୍ଷୀୟ ଗ୍ରୁପ କ୍ୟାପଟେନ ଅରୁଣ ମାରୱାହଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି ସ୍ପେଶାଲ ସେଲ ଡିସିପି ପ୍ରମୋଦ କୁଶୱାହ ।

ଗିରଫ କରିବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି ।  ସେ କହିଛନ୍ତି ପ୍ରାୟ ୬ ମାସ ପୂର୍ବରୁ ଫେସବକୁରେ ଦୁଇ ଜଣ ମହିଳାଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ଉକ୍ତ ଯୁବତୀଙ୍କ ସହ ହ୍ୱାଟସଆପ୍ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଶ୍ଳୀଳ ଚାର୍ଟ ମଧ୍ୟ ଚାଲୁଥିଲା । ଉଭୟେ ଉଭୟଙ୍କୁ ଅଶ୍ଳୀଳ ମେସେଜ ମଧ୍ୟ ପଠାଉଥିଲେ । ତେବେ ସେ ନିଜ ସ୍ମାର୍ଟଫୋନରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟର ଫଟୋ ଉଠାଇ ସେ ହ୍ୱାଟ୍ସଆପ ଜରିଆରେ ପାକିସ୍ତାନ ପଠାଇଥିବା ଅଭିଯୋଗ ହୋଇଛି ।

– ଅରୁଣ ଭାରତୀୟ ବାୟୁସେନା ମୁଖ୍ୟାଳୟରେ ପାରାଚୁଟ୍ ଅପରେନର ନିର୍ଦ୍ଦେଶକ

– ପାରାଚୁଟ୍ ଜମ୍ପ୍ ପାଇଁ ବାୟୁସେନା ଯବାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଅରୁଣ

– କ୍ୟାରିଅରରେ ୩ ହଜାର ଥର ଦୁଃସାହସିକ ପାରା ଜମ୍ପିଂ ନେଇ ତାଙ୍କ ନାଁରେ ରେକର୍ଡ

– କଟକଣା ସତ୍ୱେ ଗତ ଡିସେମ୍ବରରେ ହେଡକ୍ୱାର୍ଟରକୁ ଫୋନ ନେଇ ଯାଉଥିଲେ

– ଗତ ଡିସେମ୍ବର ମଧ୍ୟଭାଗରେ ହନି ଟ୍ରାପରେ ଫସି ଯାଇଥିଲେ ଅରୁଣ ମାରୱାହ

– ପ୍ରେମିକାଙ୍କ ସହ ଶାରୀରିକ ସଂପର୍କ ରଖିବା ପ୍ରତିବଦଳରେ ଦେଇଥିଲେ ତଥ୍ୟ

– ହ୍ୱାଟ୍ସଆପରେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟର ଫଟୋ ସହ ତଥ୍ୟ ଦେଇଥିଲେ

– ତାଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା ଗୁଇନ୍ଦା ବିଭାଗ

– ଜାନୁଆରୀ ୩୧ରେ ତାଙ୍କୁ ଅଟକ ରଖିବା ପରେ ଫେବ୍ରୁଆରୀରେ ଗିରଫ କରାଯାଇଛି

– କୋର୍ଟରେ ହାଜର କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ