ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିପାରନ୍ତି ବ୍ଳାକବିୟୁଟି ବିପାଶା !

62

ଖୁବ୍ ଶୀଘ୍ର ରିୟାଲିଟି ଶୋ’ରେ ନଜର ଆସିପାରନ୍ତି ବଲିଉଡ ବ୍ଳାକବିୟୁଟି ବିପାଶା ବସୁ । ବିପାଶା ବଲିଉଡ ଜଗତରେ ଅନେକ ସିନେମା କରିବା ପରେ ଏବେ ଛୋଟ ପରଦାରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ‘ଲ୍ୟାକମେ ଫ୍ୟାଶନ ୱିକ୍ ୨୦୧୭’ ରେ ଯୋଗ ଦେଇ ବିପାଶା ଏହା କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି, ଲୋକଙ୍କର ମାନସିକତା ଧିରେ ଧିରେ ବଦଳିବାରେ ଲାଗିଛି ଏବଂ ଦର୍ଶକ ବେଶି ଟେଲିଭିଜନ କାର୍ଯ୍ୟକ୍ରମଗୁଡିକୁ ଭଲପାଉଥିବାରୁ ମୁଁ ଟେଲିଭିଜନ ରିୟାଲିଟି ଶୋ କରିବା ପାଇଁ ଚିନ୍ତା କରୁଥିବା କହିଛନ୍ତି ବିପାଶା । ଏଥିସହ ସେ ଫ୍ୟାଶନ କାର୍ଯ୍ୟକ୍ରମରେ ମଧ୍ୟ ସେ କାମ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ।