ରାଜନୀତି ଛାଡି ଦେବି ମୁଁ ଯଦି ପ୍ରଧାନମନ୍ତ୍ରୀ ରାଜନୀତିରୁ ନେବେ ସନ୍ନ୍ୟାସ : ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନକୁ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି

301

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନକୁ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ୱାର୍ଡ୍ସ କାଉଣ୍ଟ ମହୋତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ରାଜନୀତି କରିବା ଛାଡି ଦେବେ ସେହି ଦିନ ମୁଁ ମଧ୍ୟ ରାଜନୀତି ଆଉ କରିବି ନାହିଁ ବୋଲି ସ୍ଥିର କରିଛି ବୋଲି ସ୍ମୃତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ଆଗକୁ ଯିବା ପାଇଁ ହେଲେ ଜଣେ ଭଲ ନେତା ଦରକାର । ତେଣୁ ଆମେ ଯଦି ଦେଖିବା ତେବେ ଭାରତର ନେତୃତ୍ୱ ଏପରି ଜଣେ ନେତା ନେଇଛନ୍ତି ଯାହାକୁ ସାରା ଦେଶରେ ସବୁବେଳେ ଚର୍ଚ୍ଚା ହେଉଛି ।

ଅଟଳବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ମୋଦିଙ୍କ ପର୍ଯ୍ୟନ୍ତ ନେତାଙ୍କ ପାଇଁ ଦେଶ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଏହାସହ ମୁଁ ଭାଗ୍ୟଶାଳୀ ଯେ, ସେପରି ନେତାଙ୍କ ସହ କାମ କରିବାର ସୁଯୋଗ ମତେ ମିଳିଛି । ଜଣେ ରାଜନେତ୍ରୀ ହିସାବରେ ସବୁବେଳେ ମୁଁ ଚାହିଁବି ଜଣେ ଭଲ ରାଜନେତାଙ୍କ ସହ କାମ କରିବି । ତେଣୁ ମୋଦିଙ୍କ ସହ କାମ କରିବା ସମୟରେ ଅନେକ କଥା ମତେ ସିଖିବା ପାଇଁ ମିଳିଛି ।

ଏହାସହ ସେ କହିଛନ୍ତି ଯେ, ମୋଦି ହେଉଛନ୍ତି ଦେଶର ପ୍ରଧାନ ସେବକ । ତେଣୁ ଯଦି ସେ ରାଜନୀତିରୁ ସନ୍ନ୍ୟାସ ନେବେ ତେବେ ମୁଁ ମଧ୍ୟ ଆଉ ରାଜନୀତି କରିବି ନାହିଁ ବୋଲି ସ୍ମୃତି କହିଛନ୍ତି । ସ୍ମୃତି ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି ଆଗାମୀ ଦିନରେ କଣ ହେବ ତାହା ମତେ ଜଣା ନାହିଁ । ହେଲେ ମୋର ବିଶ୍ୱାସ ଲୋକମାନେ ଉପଯୁକ୍ତ ଲୋକଙ୍କୁ ହିଁ ନିର୍ବାଚିତ କରାଇବେ ।