ପୁଣି ସାମ୍ନାକୁ ଆସିଲା ଆଉ ଏକ ଘୋଟାଲା ! ମୁମ୍ବାଇରେ ୩ହଜାର ୨୦୦ କୋଟିର ଟିଡିଏସ ଦୁର୍ନିତୀ

45

କନକ ବ୍ୟୁରୋ: ସାମ୍ନାକୁ ଆସିଲା ୩ହଜାର ୨ଶହ କୋଟି ଟଙ୍କାର ଠକେଇ । ମୁମ୍ବାଇର ୪୪୭ଟି କମ୍ପାନୀ ଟିକସ ବାବଦରେ ନିଜ କର୍ମଚାରୀଙ୍କ ଦରମାରୁ ଟଙ୍କା ଆଦାୟ କରିବା ପରେ ଏହାକୁ ଆୟକର ବିଭାଗରେ ଜମା କରିବା ପରିବର୍ତେ ନିଜ ବ୍ୟବସାୟୀରେ ହିଁ ବିନିଯୋଗ କରିଛନ୍ତି । ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ମିଳିଥିବା କୁହଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗର ଟିଡିଏସ ୱିଙ୍ଗ ସମ୍ପୃକ୍ତ କମ୍ପାନୀ ଗୁଡିକ ବିରୋଧରେ ଧାରା ୨୭୬ ବି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏହି କମ୍ପାନୀ ଗୁଡିକୁ ୱାରେଂଟ ଜାରି କରାଯାଇଛି । ଆୟକର ବିଭାଗ ଧାରା ଅନୁଯାୟୀ ଏହି ଅପରାଧ ପାଇଁ ଜରିମାନା ସହ ୩ମାସରୁ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶର ବ୍ୟବସ୍ଥା ଅଛି ।

ଆୟକର ଆଇନ ଅନୁସାରେ, ଏଥିପାଇଁ ଜରିମାନା ସହ ସର୍ବନିମ୍ନ ତିନି ମାସରୁ ସାତ ବର୍ଷ ଯାଏଁ ସଶ୍ରମ କାରାଦଣ୍ଡ ହୋଇ ପାରେ । ଧାରା ୨୭୬ ଖ ଆଧାରରେ ବିଚାର ଆରମ୍ଭ କରାଯାଇଛି । ଏହି କମ୍ପାନିଗୁଡ଼ିକ ମଧ୍ୟରେ ମୁଖ୍ୟତ ବିଲ୍ଡର୍ମାନେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସର୍ବଗ୍ରେ ରହିଛନ୍ତି ଓ ତାଙ୍କର ରାଜନୈତିକ ସମ୍ପୃକ୍ତି ରହିଛି । ସେ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଥିବା ୧୦୦ କୋଟି ଟଙ୍କା ବ୍ୟବସାୟରେ ଖଟାଇଛନ୍ତି ।

ଧରାପଡ଼ିଥିବା ଅନ୍ୟାନ୍ୟ କମ୍ପାନିଗୁଡ଼ିକ ମଧ୍ୟରେ ଅଛନ୍ତି ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥାନ, ଭିତ୍ତିଭୂମି କମ୍ପାନି, ନୂଆ ଆରମ୍ଭ ହେଉଥିବା କମ୍ପାନି ଆଦି । ବନ୍ଦର ବିକାଶର ଭାଗିଦାରୀ ଥିବା ଗୋଟିଏ ଭିତ୍ତିଭୂମି କମ୍ପାନି ଏହି ଉପାୟରେ ୧୪ କୋଟି ଟଙ୍କା ନିଜ ବ୍ୟବସାୟରେ ଲଗାଇଛି । ଆଇଟି ସଲ୍ୟୁସନ୍ ଦେଉଥିବା ଏକ ଏମ୍ଏନ୍ସି ୧୧ କୋଟି ଟଙ୍କା ଜମା କରିନାହିଁ ।