ଆୟକର ବିଭାଗ ଖୋଜିଲା ୧୯ ହଜାର କୋଟିର କଳାଧନ ! ସ୍ୱିସ୍ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ୬୨୮ ଭାରତୀୟ

26

କନକ ବ୍ୟୁରୋ: ୧୯ ହଜାର କୋଟିର ବିଦେଶୀ କଳା ଧନ ଠାବ କରିଛି ଆୟକର ବିଭାଗ । ସ୍ୱିଜରଲାଣ୍ଡରେ ଥିବା ଏଚଏସବିସି ଓ ଅନ୍ୟ କେତେକ ବ୍ୟାଙ୍କରେ ଏହି ଟଙ୍କା ଜମା ଥିବା ଜଣାପଡିଛି । ବିଭିନ୍ନ ସମୟରେ ବିଶ୍ୱସ୍ତରୀୟ ସାମ୍ବାଦିକ ମାନଙ୍କ ଦ୍ୱାରା ପ୍ରକାଶ ପାଇଥିବା ଅନୁସନ୍ଧାନ ମୂଳକ ରିପୋର୍ଟକୁ ଭିତ୍ତି କରି ଆୟକର ବିଭାଗ ଏହି କଳାଧନ ଠାବ କରିବାରେ ସମର୍ଥ ହୋଇଛି ବୋଲି ସରକାର ଜଣାଇଛନ୍ତି ।

ଫ୍ରାନ୍ସ ସରକାରଙ୍କ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୬୨୮ ଭାରତୀୟ ସ୍ୱିଜରଲାଣ୍ଡର ଏଚଏସବିସି ବ୍ୟାଙ୍କରେ ଜମାଖାତା ରଖିଛନ୍ତି । ଅନ୍ୟପଟେ ୧୧ ହଜାର ୧୦ କୋଟି ଟଙ୍କାକୁ ଭାରତୀୟ ମାନେ ଅଜଣା ବ୍ୟାଙ୍କ ଆକାଉଂଟରେ ଜମା କରିଥିବା ସୂଚନା ମିଳିଛି । ଲୋକସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅନ୍ୟଦେଶରେ ଭାରତୀୟ ମାନେ ଜମା ରଖିଥିବା ଟଙ୍କା ଠାବ କରିବାକୁ ଗତବର୍ଷ ସରକାର ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଗଠନ କରିଥିଲେ ।