‘ମୁଁ ହିରୋ, ମୁଁ ଓଡିଶା’ । ମୁହାଁମୁହିଁ ବିଜେପି-ବିଜେଡି

58

କନକ ବ୍ୟୁରୋ: ମୁଁ ହିରୋ, ମୁଁ ଓଡିଶା ଅଭିଯାନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ଅଭିଯୋଗ କାର୍ଯ୍ୟକ୍ରମ ଶୁଭାରମ୍ଭ ଓଡିଶାର ଯୁବପୀଢ଼ୀଙ୍କ ସହ ଛଳନା ଓ ପ୍ରତାରଣା ସଦୃଶ । ଯୁବକମାନେ ସମାଜର ପ୍ରଗତି କ୍ଷେତ୍ରରେ ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ସରକାରୀ ଖର୍ଚ୍ଚରେ କେବଳ ନିର୍ବାଚନ ପ୍ରଚାର କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ଗତ ୧୦ ବର୍ଷରେ ନିଜର ନିୟୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୩୨ ହଜାର ଯୁବକଙ୍କୁ ଚାକିରୀ ଦେଇଛନ୍ତି, ଏହା ମୋଟ୍ ପଞ୍ଜିକରଣର ମାତ୍ର ୩ ପ୍ରତିଶତ । ସେହିଭଳି ନିଯୁକ୍ତି ମେଳା ନାଁରେ ଠକେଇର ଦୋଷୀ ମାନଙ୍କୁ କାହିଁକି ଦଣ୍ଡ ଦିଆଗଲା ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି ।

ସେପଟେ ବିଜେଡି ଏହାର ଜବାବ ରଖିଛି । ବିଜୁ ଯୁବ ବାହିନୀ ଏକ ମହତ ଉଦ୍ଦେଶ୍ୟ ନେଇ ଗଠନ କରାଯାଇଛି । ଏଥିରେ ସାମିଲ୍ ଯୁବପୀଢି ରଥଯାତ୍ରା ସମୟରେ ତାଙ୍କ ସାମର୍ଥ୍ୟ ଦେଖାଇଛନ୍ତି । ସେମାନେ ନିଜକୁ କେମିତି ପ୍ରତିପାଦନ କରିପାରିବେ ସେଥିପାଇଁ ‘ମୁଁ ହିରୋ ମୁଁ ଓଡିଶା’ କାର୍ୟ୍ୟକ୍ରମ କରାଯାଇଛି । ବିରୋଧୀଙ୍କୁ ସବୁବେଳେ ରାଜନୀତି ଦେଖାଯାଉଛି । ନିଜ ନିର୍ବାଚନ ଇସ୍ତାହାରରେ ବର୍ଷକୁ ୨କୋଟି ନିଯୁକ୍ତି ଦେବେ ବୋଲି କହିଥିଲେ । କେତେ ଦେଇଛନ୍ତି ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି ।

sameerସେହିଭଳି ନିକଟରେ ନୀତିଆୟୋଗ ରାଜ୍ୟ ସରକାରଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ନିରନ୍ତର ଚାଲିଛି । ମୁଖ୍ୟମନ୍ତ୍ରୀ ବିଭନ୍ନ ବିଭାଗର ନିଯୁକ୍ତି ପତ୍ର ପ୍ରାୟ ପ୍ରତିଦିନ ଯୁବକ ଯୁବତୀଙ୍କୁ ପ୍ରଦାନ କରୁଛନ୍ତି କହି ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି ବିଜେଡି ମୁଖପାତ୍ର ସମୀର ଦାଶ ।