ମୋଦିଙ୍କ ମନର କଥା ! ଚମତ୍କାର ରାଜ୍ୟ, ଓଡିଶା

3

କନକ ବ୍ୟୁରୋ : ଏପ୍ରିଲ ୧୫ ଓ ୧୬ ଓଡିଶା ଗସ୍ତ ଲାଗି ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଏକ ସୁନ୍ଦର ଓ ଚମତ୍କାର ରାଜ୍ୟର ଲୋକଙ୍କ ସହ ମିଶିବାକୁ ମୁଁ ବ୍ୟଗ୍ର । କିଛି ଏଭଳି ଢଙ୍ଗରେ ସକାଳୁ ସକାଳୁ ଆସିଥିଲା ନରେନ୍ଦ୍ର ମୋଦିଙ୍କ ଟ୍ୱିଟ । ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ଦୁଇ ଦିନିଆ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ପାଇଁ ମୋଦି ଆସିବେ ଓଡିଶା ।

ଆସନ୍ତାକାଲି ଅପରାହ୍ନ ୩ଟା ୩୦ ମିନିଟ ସମୟରେ ସେ ଭୁବନେଶ୍ୱରରେ ପହଂଚିବେ । ବିଶାଳ ରାଲିରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ରବିବାର ଅପରାହ୍ନ ୪ଟା ୨୦ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ସୁରାଟ ଅଭିମୁଖେ ଯାତ୍ରା କରିବେ ।

Comments are closed.