ମୁଁ ନିଜେ ହିଁ ନିଜର ଅତି ପ୍ରିୟ ! କରୀନା କହିଲେ ନିଜ ଖୁସିର ରହସ୍ୟ

49

ବଲିଉଡ୍ ଅଭିନେତ୍ରୀ କରୀନା କପୁର ନିଜର ଡାଏଟିସନ ରୁଜୁତା ଦେବେକରଙ୍କ ସହ ମିଶି ଏକ ବହି ଲେଖିଛନ୍ତି । ଏହି ବହିରେ ଗର୍ଭବତୀ ସମୟରେ ଏବଂ ଏହା ପରେ ସୁସ୍ଥ ରହିବା ବିଷୟରେ କୁହାଯାଇଛି । ଏହି ବହିର ଉନ୍ମୋଚନ ସମୟରେ କରୀନା କହିଥିଲେ , ଖୁସି ରହିବା ପ୍ରତ୍ୟେକଙ୍କ ପାଇଁ ନିହାତି ଜରୁରୀ । ସେ କହିଥିଲେ , ତାଙ୍କ ଫିଲ୍ମ ‘ ଜବ୍ ୱି ମିଟ୍ ’ର ଡାଏଲଗ୍ ‘ମେଁ ଅପନି ଫେବରାଇଟ୍ ’କୁ ବାସ୍ତବ ଜୀବନରେ ସବୁ ମହିଳାଙ୍କ ସହ ପୁରୁଷ ମଧ୍ୟ ଆପଣାଇବା ଉଚିତ୍ ।

କରୀନା କହିଛନ୍ତି , ‘ମୁଁ ସବୁବେଳେ ଏମିତି ଅନୁଭବ କରେ । କେବଳ ଫିଲ୍ମରେ ନୁହେଁ , ବାସ୍ତବ ଜୀବନରେ ବି ମୁଁ ନିଜର ପ୍ରିୟ ଥିଲି , ପ୍ରିୟ ଅଛି ଓ ଆଗକୁ ରହିବି ମଧ୍ୟ । ପ୍ରକୃତରେ ମୁଁ ମୋ ନିଜକୁ ବହୁତ ଭଲପାଏ । ମୋତେ ଲାଗୁଛି ଏହି ଭାବନା ସମସ୍ତଙ୍କ ମନରେ ଆସିବା ଉଚିତ୍ । ’

ଆଉ ମଧ୍ୟ କରୀନା କହିଛନ୍ତି , ‘ଆପଣ ଖୁସି ରହିବା ନିହାତି ଜରୁରୀ । ଖାସ୍ କଥା ହେଲା , ଯେବେ ଜଣେ ମହିଳା ମୋ ଭଳି ମା’ ହୋଇଯାଏ । ମୋତେ ଲାଗେ କି ସେ ଯଦି ଖୁସି ରୁହନ୍ତି ତ ଦୁନିଆର ସବୁଠୁ ଆଦର୍ଶ ମା’ ପାଲଟି ଯା’ନ୍ତି । ଜଣେ ମା’କୁ ପୂରା ନଅ ମାସ ପରେ ପିଲା ଜନ୍ମ ଦେବା ଓ ଏହାପରେ ତାର ଲାଳନପାଳନ କରିବା , ଖୁବ୍ କଠିନ କାର୍ଯ୍ୟ ହୋଇଥାଏ । ଏହି ସମୟରେ ଜଣେ ମା’କୁ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।