କେତେବେଳେ ୯ ତ ପୁଣି କେତେବେଳେ ୬ ! ଆପଣଙ୍କ ମନ ମୁତାବକ ବଦଳାଇ ପାରିବେ କାରର ସିଟ୍ ସଂଖ୍ୟା, ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ରହିଛି ଅନେକ ସୁବିଧା

65

ଦକ୍ଷିଣ କୋରିଆର ଲୋକପ୍ରିୟ କାର ନିର୍ମାତା କମ୍ପାନି ହ୍ୟୁଣ୍ଡାଇ ଏବେ ଭାରତୀୟ ବଜାରରେ ଏକ ନମ୍ବର କମ୍ପାନି ଭାବେ ଉଭା ହୋଇଛି । ଭାରତରେ କାର ବିକ୍ରି କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି ହ୍ୟୁଣ୍ଡାଇ କମ୍ପାନି । ଭାରତୀୟ ବଜାରରେ ଏହି କମ୍ପାନିର ଅନେକ ମଡ଼େଲ ବେଶ ଲୋକପ୍ରିୟ ହୋଇ ପାରିଛି । ଖାସକରି I1୦, I2୦ , କ୍ରେଟା ଭଳି କାର ଭାରତୀୟ ଲୋକଙ୍କୁ ବେଶ ପସନ୍ଦ ଆସିଛି । କିନ୍ତୁ ଏହି କମ୍ପାନିର ଏମିତି ଏକ କାର ରହିଛି ଯାହା ଏଯାଏଁ ଭାରତରେ ଲଞ୍ଚ କରାଯାଇନାହିଁ । ଯେଉଁ କାରର ନାଁ ହେଉଛି H-1 । ଏହା କମ୍ପାନିର ଏମିତି ଏକ କାର ଯେଉଁଥିରେ ୯ ଜଣ ଲୋକ ବେଶ ଆରାମରେ ଯାତ୍ରା କରିପାରିବେ ।

ହ୍ୟୁଣ୍ଡାଇ H-1 କାରର ଫ୍ରଣ୍ଟ ସିଟ ଛାଡ଼ି ଦେବା ପରେ ବାକି ସିଟ୍ ଗୁଡ଼ିକୁ ପରିବର୍ତ୍ତନ କରାଯାଇପାରିବ । ଅଥାର୍ତ ଦରକାର ସମୟରେ ଏହି ସିଟ୍ ଗୁଡ଼ିକୁ ହଟାଯାଇପାରିବ ଓ ଆଗ ପଛ ମଧ୍ୟ କରାଯାଇପାରିବ । ସବୁଠୁ ବଡ଼ କଥା ହେଲା ଏହି ୯ ସିଟରୁ ୮ଟି ସିଟ୍ କିମ୍ବା ୭ଟି ସିଟକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । ଏଥିପାଇଁ ସିଟ୍ ଗୁଡ଼ିକୁ ଫ୍ଲୋଡ଼ କରିବାକୁ ହେବ । ଏହି ସିଟ୍ ଗୁଡ଼ିକ ଏଭଳି ଭାବେ ଫ୍ଲୋଡ଼ କରିଯାଇଥାଏ ଯାହା ଆଦୌ ଜଣା ପଡ଼ିନଥାଏ । ଏପରିକି ଯେଉଁ ସିଟ୍ ଗୁଡ଼ିକ ଫ୍ଲୋଡ଼ କରାଯାଇଥାଏ ସେହି ସ୍ଥାନକୁ ଅନ୍ୟ କିଛି କାମରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି କାରରେ ୨.୪ ଲିଟରର ପାୱାରଫୁଲ ଇଞ୍ଜିନ ରହିଛି । ଯାହାର ସର୍ବାଧିକ ପାୱାର ୧୭୦ପିଏସ ଓ ସର୍ବାଧିକ ର୍ଟକ ୪୪୧ଏନଏମ ।ଏହାଛଡ଼ା ଏହି କାରରେ ରିଭର୍ସ ପାର୍କିଂ ସେନ୍ସର ସହ କଣ୍ଟ୍ରୋଲ ପାଇଁ ଡିସ୍କ ବ୍ରେକ ମଧ୍ୟ ବ୍ୟବହାର କରାଯାଇଛି । ଡ଼୍ରାଇଭର ସିଟ୍ ସହ ଫ୍ରଣ୍ଟ ସିଟ୍ ପାଇଁ ଏୟାରବ୍ୟାଗ ମଧ୍ୟ ଦିଆଯାଇଛି । ପଛ ସିଟ୍ ପାଇଁ ଏୟାରକଣ୍ଡିସନର ବ୍ୟବସ୍ଥା ମଧ୍ୟ ରହିଛି । ସେହିଭଳି ମନୋରଞ୍ଜନ ପାଇଁ ଏକ ଛୋଟ ଏଲଇଡ଼ି ଟିଭି ମଧ୍ୟ ଲଗାଯାଇଛି । ପଛରେ ବସିଥିବା ଯାତ୍ରୀ ମାନେ ଏହି ଏଲଇଡ଼ି ମାଧ୍ୟମରେ ଫିଲ୍ମ କିମ୍ବା ଭିଡ଼ିଓ ଦେଖିପାରିବେ । ଦକ୍ଷିଣ କୋରିଆରେ ଏହି କାର ୭ଟି ରଙ୍ଗରେ ଲଞ୍ଚ କରାଯାଇଛି । ଏହି ଷ୍ଟାଇଲିସ କାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଆରମ୍ଭ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।