ବୈଜ୍ଞାନିକଙ୍କୁ ମିଳିଲା ବଡ ସଫଳତା : ପାଣିରୁ ତିଆରି ହୋଇପାରିବ ଇନ୍ଧନ । ଜାଣନ୍ତୁ କ’ଣ ମିଳିବ ଫାଇଦା

32

ବୈଜ୍ଞାନିକ ମାନେ ଏମିତି ଏକ ଦରକାରୀ ସାମଗ୍ରୀ ବିକସିତ କରିଛନ୍ତି, ଯାହା ଜଳକୁ ଭାଙ୍ଗି ହାଇଡ୍ରୋଜେନ୍ ଇନ୍ଧନ ପ୍ରସ୍ତୁତ କରିବାରେ ସହାୟତା କରିପାରେ । ଜଳକୁ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ରେ ବିଭାଜିତ କରିବା ପାଇଁ ଅଧିକାଂଶ ପ୍ରଣାଳୀରେ ଦୁଇଟି ଉତପ୍ରେରକର ଆବଶ୍ୟକତା ହୋଇଥାଏ । ଗୋଟିଏ ହେଲା ହାଇଡ୍ରୋଜେନ୍ କୁ ପୃଥକ୍ କରିବାରେ ପ୍ରତିକ୍ରିୟା ଉତ୍ପନ୍ନ କରିବା ପାଇଁ ଏବଂ ଅନ୍ୟଟି ଅକ୍ସିଜେନ୍ ର ଉତ୍ପାଦନ ପାଇଁ । ଲୈାହ ଓ ଡିନିକଲ୍ ଫସଫାଇଡ୍ ରୁ ତିଆରି ଉତପ୍ରେରକ ବ୍ୟବସାୟିକ ରୂପରେ ଉପଲବ୍ଧ ନିକେଲ ଫୋମ୍ ଉପରେ କାର୍ଯ୍ୟ କରେ ।

ଆମେରିକା ସ୍ଥି୍ତ ୟୁନିଭର୍ସିଟି ଅଫ୍ ହ୍ୟୁଷ୍ଟନ ଏବଂ କାଲିଫର୍ଣ୍ଣିଆ ଇଂଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଗବେଷକଙ୍କ କହିବାନୁସାରେ, ଏଥିରେ ପାଣିରୁ ହାଇଡ୍ରୋଜେନ୍ ର ଉତ୍ପାଦନ କରିବା ପାଇଁ ଆବଶ୍ୟକୀୟ ଉର୍ଜ୍ଜାର ମାତ୍ରାକୁ ନାଟକୀୟ ରୂପରେ କମ୍ କରିବାର କ୍ଷମତା ଥାଏ । କମ୍ ଉର୍ଜ୍ଜା ଜରୁରୀ ଅର୍ଥାତ୍ ହାଇଡ୍ରୋଜେନ୍ ଉତ୍ପାଦନ କମ୍ ଖର୍ଚ୍ଚରେ କରାଯାଇପାରିବ । ଅଧିକ ମାତ୍ରାରେ ଗ୍ୟାସ ଉତ୍ପାଦନ ପାଇଁ ପ୍ରାୟୋଗିକ, ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟ ଖୋଜିବା-ବିଶେଷ କରି ପାଣିକୁ ଭାଙ୍ଗିବା ଏକ ବଡ ଚ୍ୟାଲେଂଜ ।