ନାବାଳକ ସନ୍ତାନ ଡ୍ରାଇଭିଂ କରୁଥିବା ସମୟରେ ପୋଲିସ୍ ହାତରେ ଧରାପଡିଲେ ବାପା ଯିବେ ଜେଲ୍! ଜାଣନ୍ତୁ କେଉଁଠି । 

42

ଆଜିକାଲି ସଡକ ଦୂର୍ଘଟଣା ଜନିତ ଖବର ଖବରକାଗଜର ମୁଖ୍ୟ ପୃଷ୍ଠାରେ ପ୍ରତିଦିନ ସ୍ଥାନ ପାଉଛି । ଏହି ଦୂର୍ଘଟଣାକୁ ରୋକିବାକୁ ଯେତେ ପ୍ରୟାସ କଲେ ମଧ୍ୟ ଟ୍ରାଫିକ୍ ପୋଲିସ୍ ଏ ବାବଦରେ କିଛି ଟା ସଫଳ ହୋଇଥିଲେ ହେଁ ଅଧିକ ବିଫଳ ହୋଇଥାନ୍ତି । ଜଣଙ୍କ ଭୁଲ୍ ଯୋଗୁଁ କେହି ନିରୀହ ମୃତ୍ୟୁ ମୁଖରେ ପଡିଯାଏ । ତେବେ ଏହି ସଡକ ଦୂର୍ଘଟଣାର ମୁଖ୍ୟ କାରଣ ହେଉଛି ନାବାଳକଙ୍କ ଡ୍ରାଇଭିଂ କରିବା । ଆଜିକାଲି ଏହି ସମସ୍ୟା ଯେଭଳି ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବାପା ମା’ ପିଲାଙ୍କ ଅଳିକୁ ରଖିବାକୁ ଯାଇ ସେମାନଙ୍କୁ ସ୍କୁଟି କିମ୍ବା ବାଇକ୍ ଧରେଇ ଦିଅନ୍ତି ଏବଂ ଭଲରେ ଯାନ ଚଳାଇ ଜାଣିନଥିବା ପିଲା ତେଢାମେଢା ବାଇକ୍ ଚଲାଇ ରାସ୍ତାରେ ଯାଆନ୍ତି । ଯାହାଦ୍ୱାରା ଅନେକ ଦୂର୍ଘଟଣା ମଧ୍ୟ ହୋଇଥାଏ ।

ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ହାଇଦ୍ରାବାଦ୍ ପୋଲିସ୍ ଏକ ପ୍ରଶଂସନୀୟ ବିକଳ୍ପ ବାହାର କରିଛନ୍ତି । ହାଇଦ୍ରାବାଦରେ ଏବେ କୌଣସି ପିଲା ସ୍କୁଟି କିମ୍ବା ବାଇକ୍ ଚଲାଇବାର ଦେଖାଦେଲେ ଏହାର ସଜା ତାଙ୍କ ପରିଜନଙ୍କୁ ଭୋଗିବାକୁ ପଡିବ । ଖାସ୍ କରି ପିଲାର ବାପାଙ୍କୁ ଗୋଟିଏ ଦିନ ଜେଲରେ ରହିବାକୁ ପଡିବ । ପୋଲିସର କହିବାନୁସାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୩୫ ଜଣ ଲୋକଙ୍କୁ ପୋଲିସର ହାୱା ଖାଇବାକୁ ପଡିଛି । ଏଥିମଧ୍ୟରୁ ଜଣେ ନାବାଳକ ମଧ୍ୟ ଜୁବେନାଇଲ୍ ହୋମରେ ରହିସାରିଛନ୍ତି । ତେବେ ଏଥିନେଇ ପୋଲିସ୍ କର୍ତ୍ତୁପକ୍ଷ କହିଛନ୍ତି ଯେ ଆଉ କିଛି ଲୋକ ଏଭଳି ଜେଲ୍ ଗଲେ ଲୋକଙ୍କ ମୁଣ୍ଡରେ ଚେତା ପଶିବ ଏବହଂ ସେମାନେ ନାବାଳକଙ୍କୁ ଦୁଇଚକିଆ ଯାନ ଦେବାରୁ ନିବୃତ ରହିବେ ।