ମେକାନିକାଲ ଇଞ୍ଜିନିୟରଙ୍କୁ ମାନିବାକୁ ପଡିବ । ପ୍ଲାଷ୍ଟିକରୁ ତିଆରି କରୁଛନ୍ତି ପେଟ୍ରୋଲ,  ଲିଟର ପିଛା ଦର ୪୦ ଟଙ୍କା ।

2,000

ପ୍ଲାଷ୍ଟିକରୁ ବାହାରୁଛି ପେଟ୍ରୋଲ । ହାଇଦ୍ରାବାଦର ୪୫ ବର୍ଷୀୟ ମେକାନିକାଲ ଇଞ୍ଜିନିୟର ସତୀଶ କୁମାର ପ୍ଲାଷ୍ଟିକରୁ ପେଟ୍ରୋଲ ବାହାର କରୁଥିବାର ଦାବି କରିଛନ୍ତି । ୩ଟି ପ୍ରକିୟା ମାଧ୍ୟମରେ ସେ ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଥିବା କହିଛନ୍ତି । ସତୀଶ କୁମାର ହାଇଡ୍ରୋକ୍ସି ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନି କରିଛନ୍ତି । ଆଉ ଏହି କମ୍ପାନିରେ ସେ ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରିଥାନ୍ତି ।  ଏଠାରେ ପ୍ଲାଷ୍ଟିକକୁ ରିସାଇକେଲ କରି ଡିଜେଲ, ବିମାନ ଇନ୍ଧନ ଓ ପେଟ୍ରୋଲ ପ୍ରସ୍ତୁତ କରାଯାଏ ।

୫୦୦ କିଲୋ ପ୍ଲାଷ୍ଟିକରୁ ପ୍ରାୟ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରାଯାଇଥାଏ । ୨୦୧୬ରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୫୦ ଟନ୍ ପ୍ଲାଷ୍ଟିକରୁ ସେ ପେଟ୍ରୋଲ ପ୍ରସ୍ତୁତ କରିଥିବା କହିଛନ୍ତି ସତୀଶ । ଖାସକରି ଯେଉଁ ପ୍ଲାଷ୍ଟିକ ପୁନଃ ବ୍ୟବହାର ଯୋଗ୍ୟ ହୋଇନଥାଏ ସେହିଭଳି ପ୍ଲାଷ୍ଟିକରୁ ସତୀଶ ଏବେ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି । ଏବେ ଦୈନିକ ୨୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ ।

ପେଟ୍ରୋଲ ପ୍ରସ୍ତୁତ କରିବା ପରେ ଏହାକୁ ଲିଟର ପିଛା ୪୦ରୁ ୫୦ ଟଙ୍କାରେ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି ସତୀଶ । ତେବେ ଗାଡିରେ ବ୍ୟବହାର ପାଇଁ ଏହା କେତେ ଉପଯୋଗୀ ତାହା ଏଯାଏଁ ଯାଞ୍ଚ କରାଯାଇନାହିଁ ।