ସ୍ୱାମୀ ସାଜିଲା ସୈତାନ ! ସାଙ୍ଗକୁ ଲଗାଇ ସ୍ତ୍ରୀର ଲୁଟିଲା ଇଜ୍ଜତ

97

ରକ୍ଷକ ହେଲା ଭକ୍ଷକ । ଯାହାକୁ ନେଇ ଗଢିଥିଲା ସୁନାର ସଂସାର ସିଏ ଆଜି ଉଜାଡି ଦେଲା ପୁରା ସଂସାର । ପରିଚିତ ସ୍ୱାମୀ ପାଲଟିଲା ଅପରିଚିତ ରାକ୍ଷାସ । ବିଶ୍ୱାସରେ ବିଷ ଦେଇ ସ୍ୱାମୀ ସ୍ତ୍ରୀର ପବିତ୍ର ସଂପର୍କକୁ ବଳି ଦେଇଥିବା ଏହି ଘଟଣାଟି ଘଟିଛି ହାଇଦ୍ରାବାଦରେ । ଯେଉଁଠି ନିଜ ସାଙ୍ଗକୁ ଲଗାଇ ସ୍ତ୍ରୀକୁ ଧର୍ଷଣ କରିଛି ଜଣେ ସ୍ୱାମୀ । କେବଳ ସେତିକି ନୁହେଁ ସ୍ତ୍ରୀକୁ ଅପ୍ରାକୃତିକ ଯୌନ ସଂମ୍ବନ୍ଧ ଏବଂ ନ୍ୟୁଡ୍ ଭିଡିଓ ପଠାଇବା ପାଇଁ ବାଧ୍ୟ କରୁଥିଲା ଅଭିଯୁକ୍ତ ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ମୁହମ୍ମଦ ସଲିମୁଦ୍ଦିନର ବିବାହ ହାଇଦ୍ରାବାଦରେ ହୋଇଥିଲା । ତେବେ ପଢିବା ପାଇଁ ବିବାହ ପରେ ଅଭିଯୁକ୍ତ ମୁହମ୍ମଦ ଅଷ୍ଟ୍ରେଲିଆ ଚାଲି ଯାଇଥିଲା । ସେଠାରେ ଥାଇ ସେ ନିଜ ସ୍ତ୍ରୀଙ୍କ ସହ ଭିଡିଓ ଚାଟ୍ ଜରିଆରେ କଥା ହେବା ସହ ନ୍ୟୁଡ୍ ଭିଡିଓ ପଠାଇବା ପାଇଁ ବାଧ୍ୟ କରୁଥିଲେ । ତେବେ କିଛି ଦିନ ତଳେ ଫେରିଥିବା ଅଭିଯୁକ୍ତ ମୁହମ୍ମଦ ପୀଡିତାଙ୍କୁ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା ।

ତେବେ ଏତିକିରେ ସରି ନଥିଲା ଅତ୍ୟାଚାର । ନିଜର ଜଣେ ସାଙ୍ଗ ଚାନ୍ଦ ସହ ମିଶି ସ୍ତ୍ରୀକୁ ନିଶା ଦେଇ ବେହୋସ୍ କରିଥିଲା ଅଭିଯୁକ୍ତ । ଏବଂ ତାପରେ ଜଣକ ପରେ ଜଣେ ପୀଡିତାକୁ କରିଥିଲେ ବଳାତ୍କାର । ହୋସ୍ ଆସିବା ପରେ ପୀଡିତା ନିଜକୁ ପାଇଥିଲେ ସ୍ୱାମୀଙ୍କ ସାଙ୍ଗ ଚାନ୍ଦଙ୍କ ପାଖରେ । ଯାହା ପରେ ପୀଡିତାଙ୍କ ଧର୍ଯ୍ୟର ସମସ୍ତ ସୀମା ଟପିଯାଇଥିଲା । ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ମୁହମ୍ମଦ ସଲିମୁଦ୍ଦିନକୁ ଗିରଫ କରିଛି । ଏହା ସହ ଅଭିଯୁକ୍ତର ମା’ଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା । କାରଣ ସେ ଏ ସମସ୍ତ କାର୍ଯ୍ୟରେ ସେ ନିଜ ପୁଅକୁ ସହଯୋଗ କରୁଥିଲେ ।