କଲେଜରେ ପ୍ରବେଶ କରିବାକୁ ହେଲେ ପିନ୍ଧିବାକୁ ପଡିବ ଲମ୍ବା ପୋଷାକ ! ଛାତ୍ରୀମାନଙ୍କ ସାଲୱାରର ମାପ ନେବା ପାଇଁ ସ୍ୱତନ୍ତ୍ର ମହିଳା ଗାର୍ଡ ରଖିଲେ କଲେଜ କର୍ତ୍ତୃପକ୍ଷ , ଭାଇରାଲ୍ ହେଲା ଭିଡିଓ

335

ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦ୍ ର ଏକ ପ୍ରସିଦ୍ଧ ଗାର୍ଲସ୍ କଲେଜରେ ଡ୍ରେସକୋଡ୍ କୁ ନେଇ ବିବାଦ ଦେଖାଦେଇଛି । ସେଣ୍ଟ୍ ଫ୍ରାନ୍ସିସ୍ ଗାର୍ଲସ୍ କଲେଜରେ ଡ୍ରେସ୍ କୋଡ୍ କୁ ନେଇ ନୂଆ ଆଦେଶ ଜାରି କରାଯାଇଛି । ଏହି ଆଦେଶ ଅନୁସାରେ ଛାତ୍ରୀମାନଙ୍କୁ ଆଣ୍ଠୁ ଉପରକୁ କୁରତୀ କିମ୍ବା ସଲୱାର୍ ସୁଟ୍ ପିନ୍ଧିଥିଲେ କଲେଜରେ ପ୍ରବେଶ ନିଶେଧ କରାଯିବ ବୋଲି ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ କଲେଜ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର କୁରତୀର ଲମ୍ବା ମାପିବା ପାଇଁ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ରଖିଛନ୍ତି । ଉକ୍ତ ମହିଳା ଗାର୍ଡ ଛାତ୍ରୀଙ୍କ ଆଇଡି କାର୍ଡ ଜାଞ୍ଚ୍ କରିବା ସହିତ କୁରତୀର ଲମ୍ବା ମଧ୍ୟ ମାପୁଛନ୍ତି ।

 

ସେଣ୍ଟ୍ ଫ୍ରାନ୍ସିସ୍ ଗାର୍ଲସ୍ କଲେଜ ପ୍ରଶାସନ ଏହି ନୂଆ ଡ୍ରେସକୋଡ୍ କୁ ଅଗଷ୍ଟ ୧ ତାରିଖରୁ ଲାଗୁ କରିଛନ୍ତି । ଯେଉଁ ଛାତ୍ରୀମାନେ ଏହି ନିୟମ ମାନୁନାହାନ୍ତି ସେମାନଙ୍କୁ କ୍ଲାସକୁ ଆସିବାକୁ ଅନୁମତି ଦିଆଯାଉନାହିଁ । ତେବେ ଏହି ନୂଆ ନିୟମ ବିରୁଦ୍ଧରେ ଛାତ୍ରୀମାନେ ବିରୋଧ ଆରମ୍ଭ କରିଦେଇଛନ୍ତି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଏହି ଭିଡିଓରେ ମହିଳା ଗାର୍ଡ ଛାତ୍ରୀଙ୍କ କୁରତୀର ଲମ୍ବା ଜାଞ୍ଚ୍ କରୁଛନ୍ତି । ଯେଉଁ ଛାତ୍ରୀ ଆଣ୍ଠୁ ଉପରକୁ କୁରତୀ ପିନ୍ଧୁଛନ୍ତି ତାଙ୍କୁ ଶ୍ରେଣୀରୁ ବାହାରକୁ ରାସ୍ତା ଦେଖିବାକୁ ପଡୁଛି ।

ଏହି କଲେଜର ଜଣେ ପୂର୍ବ ଛାତ୍ରୀ ନୂଆ ଡ୍ରେସକୋଡକୁ ନେଇ ଏକ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଛାତ୍ରୀଙ୍କ ପାଇଁ ମିଡ୍ ସେଶନ୍ ରେ ନୂଆ ଡ୍ରେସ୍ କୋଡ୍ ର ବ୍ୟବସ୍ଥା କରାଯାଇଛି । ଶିକ୍ଷକଙ୍କ କହିବାନୁସାରେ ଲମ୍ବା ପୋଷାକ ପିନ୍ଧିଲେ ବିବାହ ପାଇଁ ଭଲ ବରପାତ୍ର ମିଳେ । ପୂର୍ବ ଛାତ୍ରୀ ଜଣକ ପୋଷ୍ଟରେ ଲେଖୁଛନ୍ତି ଯେ କଲେଜ୍ ଅଧିକାରୀଙ୍କ ବିରୁଦ୍ଧରେ ଛାତ୍ରୀମାନଙ୍କ ବିରୋଧ ପ୍ରଦର୍ଶନ କରିବା ଆଦୌ ଠିକ୍ ନୁହେଁ । ତେବେ କଲେଜରେ ଅଧ୍ୟୟନରତ ଛାତ୍ରୀମାନେ କହୁଛନ୍ତି ଯେ ଆଣ୍ଠୁରୁ ଟିକେ ଉପରକୁ ବି ସାଲୱାର୍ ପିନ୍ଧିଲେ ତାଙ୍କୁ ପ୍ରତାଡିତ କରାଯାଉଛି ।