ଏମବିଏ ଗ୍ରାଜୁଏଟଙ୍କ କରୁଣ କାହାଣୀ ! ଭିକ୍ଷା ମାଗି ବିତାଉଛନ୍ତି ଜୀବନ

26

ଜୀବନରେ କେତେବେଳେ କେଉଁ ମୋଡରେ ପରିବର୍ତ୍ତନ ଆସେ । ଏହା କେହି କହିପାରିବେ ନାହିଁ । ଆଜି ଯେ ରାଜା କାଲି ସେ ଫକିର ବି ହୋଇପାରେ । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ । ପରିସ୍ଥିତି ଓ ପରିବେଶରେ ମଣିଷ ବାନ୍ଧି ହୋଇଥାଏ । ଆଉ ଏହାରି ଭିତରେ ସେ ନିଜକୁ ବଦଳାଉଥାଏ ।

ଏଭଳି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ସିଟି କମିସନର ବିଶ୍ୱ ଉଦ୍ୟୋଗୀ ସମ୍ମିଳନୀକୁ ଦୃଷ୍ଟିରେ ରଖି ସହରରରେ ଭିିକ୍ଷାବୃତ୍ତି ଉପରେ ପତିିବନ୍ଧକ ଲଗାଇଛନ୍ତି । ଏହି କାରଣରୁ ଜଣେ ୫୦ବର୍ଷୀୟ ମହିଳା ଫରଜୋନାଙ୍କୁ ଗିରଫ କରାଯାଇଛି ।

ହେଲେ ଫରଜୋନାଙ୍କ କାହାଣୀ କୌଣସି ଫିଲ୍ମ ଠାରୁ ମଧ୍ୟ କମ୍ ନୁହେଁ । ଏମବିଏ୍ ଗ୍ରାଜୁଏଟ ଫରଜୋନା ପୂର୍ବରୁ ଏକ ଲଣ୍ଡନରେ ଏକ ଆକାଉଣ୍ଟ ଅଫିସର ଭାବେ କାର୍ଯ୍ୟ କରିଆସିଛନ୍ତି । ହେଲେ ଗତ ଦୁଇ ବର୍ଷ ଧରି ଭିନ୍ନ ପରିସ୍ଥିତର ସମ୍ମୁଖୀନ ହୋଇଥିଲେ । ସ୍ୱାମୀଙ୍କୁ ହରାଇବା ପରେ ସେ ଆନନ୍ଦବାଗରେ ନିଜ ପୁଅ ପାଖରେ ରହିଥିଲେ । ମାତ୍ର ନିଜର ବ୍ୟକ୍ତଗତ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଜଣେ ବାବାଙ୍କ ଆଶ୍ରୟ ନେଇଥିଲେ । ନିଜ ଭାଗ୍ୟକୁ ବଦଳାଇବା ପାଇଁ ବାବା ଜଣଙ୍କ ତାଙ୍କୁ ଭିକ ମାଗିବା ପାଇଁ ପରାମର୍ଶ ଦେଇଥିଲେ । ଆଉ ଏଥିପାଇଁ ରାସ୍ତାରେ ବସି ଫରଜୋନା ମାଗୁଥିଲେ ଭିକ । ଗିରଫ ହେବା ପରେ ଫରଜୋନାଙ୍କୁ ଚେଲାପଲ୍ଲୀ ସେଣ୍ଟ୍ରାଲ ଜେଲରେ ଥିବା ଆନନ୍ଦ ଆଶ୍ରମରେ ରଖାଯାଇଥିଲା । ଆଉ ଏହି ଖବର ତାଙ୍କ ପୁଅ ପାଇବା ପରେ ପୁଣି ନିଜ ପାଖକୁ ନେଇ ଯାଇଛନ୍ତି ନିଜ ମାଆଙ୍କୁ ।

( ସୌଜନ୍ୟ- ଡେକାନ କ୍ରୋନିକଲ)