ଜୀବନସାଥୀ ପାଲଟିଲା ଦୁଷ୍କର୍ମକାରୀ ! ନିଜ କୁନି ଝିଅ ବେକରେ ଛୁରୀ ଲଗାଇ ବନ୍ଧୁଙ୍କ ସହ ମିଶି କଲା ଗଣଦୁଷ୍କର୍ମ

31

ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଏକ ଗାଁରେ । ଜଣେ ବ୍ୟକ୍ତି ନିଜର କୁନି ଝଇ ବେକରେ ଖୁରୀ ରଖି ସାଙ୍ଗମାନଙ୍କ ସହ ମିଶି ନିଜ ସ୍ତ୍ରୀର ଦୁଷ୍କର୍ମ କରିଛି । ତେବେ ପୀଡିତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଜୈନପୁରର ସୁଜାନଗଂଜ ଥାନା ନିକଟସ୍ଥ ଏକ ଗାଁରେ ଜଣେ ମହିଳା ତାଙ୍କ ୩ ବର୍ଷର ଶିଶୁକନ୍ୟାକୁ ଧରି ଘରେ ହୋଇଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ନିଜ ଦୁଇ ବନ୍ଧୁଙ୍କୁ ଧରି ଘରକୁ ଆସିଥିଲା । ହଠାତ୍ ତାଙ୍କ ସ୍ୱାମୀଙ୍କର ଜଣେ ବନ୍ଧୁ ଛୁରୀ ବାହାର କରି ଶୋଇଥିବା କୁନି ଝିଅ ବେକରେ ରଖି ଦେଇଥିଲା । ଏହା ପରେ ତାଙ୍କୁ ଧମକ୍ ଦେଇଥିଲା କି ଯଦି ସେ ବାଟି କରନ୍ତି ତେବେ ସେ ଝିଅକୁ ମାରି ଦେବ ବୋଲି ।

ତେବେ ମହିଳାଙ୍କ ଅଭିଯୋଗ ରହିଛି କି, ତାଙ୍କ ସ୍ୱାମୀ ଏବଂ ତାଙ୍କର ବନ୍ଧୁମାନେ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ପୀଡିତାଙ୍କ କଥାକୁ ଆଧାର କରି ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ସହ ତାଙ୍କ ସହଯୋଗୀକୁ ଗିରଫ କରିଥିଲା ।