ପତ୍ନୀ ରାଗିକି ଘରୁ କେଉଁଆଡୁ ପଳାଇବାରୁ ସ୍ୱାମୀ ନିଜ ଦେହରେ ଡିଟନେଟର ଲଗାଇ କଲେ ଆତ୍ମହତ୍ୟା

35

କନକ ବ୍ୟୁରୋ : ପାରିବାରିକ ଜୀବନରେ ପ୍ରତ୍ୟେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡା ହୋଇଥାଏ । ଏହା ସମାଜରେ ଏକ ପ୍ରଥା ଭାବରେ ରହିଆସିଛି । ତେବେ ରାଜସ୍ଥାନର ଉଦୟପୁର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାକାର ଏକ ପରିବାରରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ତେବେ ଏହି ଝଗଡାରେ ସ୍ତ୍ରୀ ରାଗିଯାଇ କେଉଁ ସ୍ଥାନକୁ ପଳାଇବା ପରେ ସ୍ୱାମୀ ନିଜକୁ ଡିଟନେଟର ଲଗାଇ ଆତ୍ମହତ୍ୟା କରିବା ଭଳି ପଦେକ୍ଷପ ନେଇଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ବ୍ୟକ୍ତି ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ମାରିଦେଇ ଆତ୍ମହତ୍ୟା ରୂପ ଦେବା ପାଇଂ ଚେଷ୍ଟା କରୁଛି ତାହାର ତଦନ୍ତ ହେଲାପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

ପାଖ ପଡୋଶୀଙ୍କ କହିବା ଅନୁସାରେ ଉଭୟଙ୍କ ମଧ୍ୟରେ ୫ ରୁ ୬ ଦିନ ହେବ ସବୁଦିନ କଳିଝଗଡା ହେଉଥିଲା କେଉଁ କାରଣ ପାଇଁ ଝଗଡା ହେଉଥିଲା ତାହା ପୋଲିସକୁ କେହି କହିନଥିବା ଜଣାପଡିଛି । ଏହି ଘଟଣାପରେ ସ୍ତ୍ରୀଙ୍କୁ ପୋଲିସ ଖୋଜୁଛି ଓ ସେ ମିଳିଲେ ଘଟଣା ସମ୍ପର୍କରେ ପ୍ରକୃତ ସତ୍ୟ ଜଣାପଡିବ । ମୃତ ଯୁବକଙ୍କ ନାମ ବିନୋଦ ବୋଲି ଜଣାପଡିଛି । ବିନୋଦ ୩ ଦିନ ହେଲାଣି ତାଙ୍କ ସ୍ତ୍ରୀଙ୍କୁ ଖୋଜୁଥିଲେ । ତେବେ ନପାଇବାରୁ ଏପରି କରିଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏହାସହ ଘଟଣା ସ୍ଥଳରୁ ଡିଟୋନେଟରର ଭଗ୍ନାଅବଶେଷ ମିଳିଥିବା ପୋଲିସ କହିଛି । ବର୍ତ୍ତମାନ ସମୟରେ ବିନୋଦଙ୍କ ଶବ ବ୍ୟବଚ୍ଛେଦ କରିବା ଲାଗି ମେଡାକାଲ ନିଆଯାଇ ଯିବା ସହ ବିନୋଦଙ୍କ ସମ୍ପର୍କୀୟଙ୍କୁ ପୋଲିସ ଖବର ଦେଇଛି ।