ମହଙ୍ଗା ପଡିଲା ମରଦପଣିଆ ! ପତ୍ନୀଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରି ଫସିଲେ ବିଜେପି ନେତା , ଅଧ୍ୟକ୍ଷ ପଦରୁ ହେଲେ ବହିଷ୍କାର । 

522

ଗୁରୁବାର ଦିଲ୍ଲୀର ବିଜେପି ଅଫିସ୍ ସାମ୍ନାରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ପାର୍ଟିର ଦୁଇ ନେତା ଯେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ଅଟନ୍ତି ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ଏହାପରେ ଚାପୁଡା ମରା । ସ୍ୱାମୀ ରାଗିଯାଇ ସ୍ତ୍ରୀ ଗାଲକୁ ଦେଲେ ଶକ୍ତ ଚାପୁଡା । ଦକ୍ଷିଣ ଦିଲ୍ଲୀର ପୂର୍ବ ମେୟର୍ ସରିତା ଚୌଧରୀ ଏବଂ  ତାଙ୍କ ସ୍ୱାମୀ ଆଜାଦ୍ ସିଂହଙ୍କ ମଧ୍ୟରେ କୌଣସି କଥାରେ ଅଚାନକ ବିବାଦ ଉପୁଜିଥିଲା । ଯାହାପରେ କ୍ରୋଧରେ ଆସି ସ୍ୱାମୀ ସ୍ତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଲେ । ଘଟଣାରେ ଉତକ୍ଷିପ୍ତ ହୋଇ ମେୟର୍ ସରିତା ଚୌଧରୀ ପୋଲିସ୍ କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ ।

ଥାନାରେ ଏତଲା ଦେବା ପରେ ପୋଳିସ୍ ଏହି ମାମଲାର ଜାଞ୍ଚ୍ କରୁଛି । ସୂତ୍ର ଅନୁସାରେ , ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତାର ସମ୍ପର୍କ ଥିଲା । କୋର୍ଟରେ ଦୁହିଁଙ୍କ ସମ୍ପର୍କର କେସ୍ ମଧ୍ୟ ଚାଲୁଛି । ତେବେ ଏନେଇ ପାର୍ଟି ନେତା ମାନେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ପୋଲିସ୍ ପହଁଚିବା ପରେ ସାଂସଦ ମନୋଜ ତିୱାରୀ ଏବଂ ସରିତା ଚୌଧରୀ ଉକ୍ତ ସ୍ଥାନରୁ ଚୁପଚାପ୍ ଚାଲି ଯାଇଥିଲା । ତେବେ ଆଜାଦ୍ ସିଂହ ମହରୋଲୀ ଜିଲ୍ଲାର ବିଜେପି ଅଧ୍ୟକ୍ଷ ଥିଲେ କିନ୍ତୁ ଏହି ଘଟଣା ପରେ ବିଜେପି ଆଜାଦ୍ ସିଂହଙ୍କୁ ଏହି ପଦରୁ ହଟାଇ ଦେଇଛି । ଏହି ମାମଲାର ଜାଞ୍ଚ୍ କରିବା ପାଇଁ ପାର୍ଟି ଏକ କମିଟି ଗଠନ କରିଛି ।

Comments are closed.