ପ୍ରେମ କରିବ ତ ଏମିତି ! ମୃତ ପତ୍ନୀଙ୍କ ଶରୀରକୁ ୫ ବର୍ଷ ପର୍ଯ୍ୟନ୍ତ ମାଟି ଲଗାଇ ଜୀବିତ ରଖିଛନ୍ତି ଏହି ବ୍ୟକ୍ତି ।

2,760

ପ୍ରେମ ଯେ ମଣିଷକୁ ପାଗଳ କରିଦିଏ ଏହି ଡାଇଲଗ୍ ଆପଣ ସିନେମାରେ ଶୁଣିଥିବେ । କିନ୍ତୁ ବାସ୍ତବରେ ଯେତେବେଳେ ଏଭଳି କିଛି ଆମେ ଶୁଣିଥାଉ ସେତେବେଳେ ପ୍ରେମର ପରିଭାଷାକୁ ବୁଝିବା ଆମ ପକ୍ଷେ କଷ୍ଟକର ହୋଇପଡେ । ଆଜି ଆମେ ଏଭଳି ଜଣେ ପାଗଳ ପ୍ରେମୀଙ୍କ କଥା କହିବାକୁ ଯାଉଛୁ ଯେ ମୃତ ସ୍ତ୍ରୀଙ୍କ ପାଖରେ ସଦାସର୍ବଦା ରହିବା ପାଇଁ ଏଭଳି କିଛି ବାଟ ଆପଣାଇଲେ ଯାହା ତାଙ୍କୁ ସମସ୍ତଙ୍କ ଆଗରେ ମହାନ୍ କରିଦେଲା । ସ୍ତ୍ରୀର ମୃତ୍ୟୁ ପରେ ଯେତେବେଳେ ତାଙ୍କୁ କବର ଦିଆଯିବାକୁ ବ୍ୟବସ୍ଥା କରାଗଲା ସେତେବେଳେ ଏହି ବ୍ୟକ୍ତି ଜଣକ କବର ପାଖରେ ଆଉ ଏକ କବର ଖୋଳି ସେଠାରେ କିଛି ଦିନ ରହିଲେ । କିନ୍ତୁ ସ୍ଥାନୀୟ ଲୋକେ ଏଥିପାଇଁ ବାରଣ କରିବାରୁ କବର ଖୋଳି ନିଜ ପତ୍ନୀଙ୍କ ଶବକୁ ହିଁ ବାହାରକୁ କାଢିଆଣିଲେ ।

ଭିଏତନାମାର ହାର୍ଡି ନାଡୋନ୍ ନାମକ ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ କେରିକୁ ଏତେ ଅଧିକ ଭଲ ପାଉଥିଲେ ଯେ ସେ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କ ଶବରେ ମାଟି ଲଗାଇ ତାଙ୍କ ଶରୀରକୁ ନଷ୍ଟ ହେବାରୁ ବଂଚାଇ ଆସୁଛନ୍ତିି । ସେ ମୃତପତ୍ନୀଙ୍କ ସହ କଥାବାର୍ତ୍ତା ବି କରନ୍ତି । ମୃତପରେ ମଧ୍ୟ ସେ ପତ୍ନୀଙ୍କ ଅନ୍ତିମ ସଂସ୍କାର ବି କରିନଥିଲେ ।