ଫେସବୁକରେ ଆତ୍ମହତ୍ୟାର କାହାଣୀ ! ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନ ହାରିଲେ ସ୍ୱାମୀ, ସୁଇସାଇଡ ପୂର୍ବରୁ ଭାଇରାଲ ହେଲା ଭିଡିଓ

41

କନକ ବ୍ୟୁରୋ : ଫେସବୁକରେ ଆତ୍ମହତ୍ୟାର କାହାଣୀ । ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗଡଭିଙ୍ଗୁରା ଗାଁରେ । ମାତ୍ର କିଛି ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବକ । କିନ୍ତୁ ବିବାହର ମାସ କେଇଟା ଭିତରେ ସ୍ତ୍ରୀଙ୍କର ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ ।ଯାହା ତାଙ୍କୁ ଆତ୍ମହତ୍ୟାର ପଥ ବାଛିବାକୁ ବାଧ୍ୟ କରିଥିଲା । ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଆଗରୁ ଫେସବୁକରେ ନିଜର ମନର କଥାକୁ ସେୟାର କରିଛନ୍ତି ।

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଆତ୍ମହତ୍ୟା କରିଥିବା କଥା କହିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଯୁବକ ଜଣଙ୍କ ତାଙ୍କ ମନରେ ଜଳୁଥିବା ପୁଂଜିଭୁତ ଅସନ୍ତୋଷକୁ ପ୍ରକାଶ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ସନ୍ଦେହର ଲଢେଇରେ ସେ ହାରି ଯାଇଥିବା କହିଛନ୍ତି । ଶେଷରେ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା ଭଳି ଚରମ ପଂଥାକୁ ଆପଣେଇ ନେଇଛନ୍ତି ଯୁବକ ଜଣଙ୍କ ।