ସ୍ତ୍ରୀ ଓ ଝିଅକୁ ଜିଅନ୍ତା ଜାଳି ଦେଲା ସୈତାନ ସ୍ୱାମୀ । ନବରଙ୍ଗପୁରରେ ପାରିବାରିକ କଳହରୁ ବିଭତ୍ସକାଣ୍ଡ ।

43

କନକ ବ୍ୟୁରୋ : ସଇତାନ ସ୍ୱାମୀର ବିଭତ୍ସ କାଣ୍ଡ । ସ୍ତ୍ରୀ ଓ ୬ମାସର ଶିଶୁକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ପାରିବାରିକ କଳହକୁ ନେଇ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ । ନବରଙ୍ଗପୁର ସିରମା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି ପାରିବାରିକ କଳହକୁ ନେଇ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ନିଜ ସ୍ତ୍ରୀ ଓ ୬ମାସର ଶିଶୁକୁ କିରୋସିନି ଦେଇ ଜାଳି ଦେଇଛି । ହତ୍ୟାକାଣ୍ଡ ପରେ ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି ।

ସୀମା ଟପିଛି ବର୍ବରତା । ନିଷ୍ଠୁର ହୋଇଛି ବାପା । କୌଣସି ପରିସ୍ଥିତି ବିଷୟରେ ଭାବିବା ପୂର୍ବରୁ ଜାଳି ପୋଡି ମାରିଦେଇଛି ସାତ ଜନମର ସାଥୀ ଓ ନିଜର ଛଅମାସର ଶିଶୁକୁ । ଯାହାକୁ ନେଇ ସିରମାର ଆଖପାଖ ଅଂଚଳରେ ତାବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତେବେ ହତ୍ୟା ପଛରେ କେବଳ ପାରିବାରିକ କଳହ ନାଁ ଆଉ କିଛି ? ହତ୍ୟା ପଛରେ ଆଉ କିଛି କାରଣ ରହିଛି କି? ସ୍ୱାମୀ ହତ୍ୟା ସମୟରେ କେହି ଜାଣିପାରିଲେନି କେମିତି ? ଏସବୁ ପ୍ରଶ୍ନର କାରଣ କାରଣ ଖୋଜିବା ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି ।