ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକଙ୍କ ଉନ୍ମତକାଣ୍ଡ ! ସ୍ତ୍ରୀ ଓ ଶାଶୁ ସହ ଛୋଟ ଛୁଆକୁ ଭୁଜାଲିରେ ହାଣିଲା ସ୍ୱାମୀ

30

କନକ ବ୍ୟୁରୋ : ସମ୍ବଲପୁର କୋର୍ଟ ପରିସରରେ ଯୁବକ ଉନ୍ମତକାଣ୍ଡ । କୋର୍ଟ ପରସରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଶାଶୁଙ୍କୁ ଭୁଜାଲିରେ ହାଣି ଆକ୍ରମଣ କରିଛି । ଏପରିକି ସ୍ତ୍ରୀର ବଡଭଉଣୀର ଛୁଆକୁ ମଧ୍ୟ ହାଣି ପକାଇଛି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଖବର ଅନୁସାରେ, ଅଭିଯୁକ୍ତ ରମେଶ କୁମାର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବାପଘର ଲୋକ ଯୁବତୀଙ୍କୁ ଆଣି ଅନ୍ୟ ଏକ ଜାଗାରେ ବିବାହ କରିଦେଇଥିଲେ । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ରମେଶ । ଆଜି ଏହି ଘଟଣାର କାଉନସିଲିଂ ସମୟରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ସ୍ତ୍ରୀ, ଶାଶୁ, ସାଙ୍ଗରେ ଥିବା ଶିଶୁକୁ ଭୁଜାଲୀରେ ଅତି ନୃଶଂସ ଭାବେ ଆକ୍ରମଣ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ଗତ ୨୦୧୭ ମସିହାରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଓ ପ୍ରେମ ବିବାହ କରିଥିଲେ । ତେବେ ଘର ଲୋକ ଉଭୟଙ୍କ ସମ୍ପର୍କରେ ଖୁସି ନଥିଲେ ଏବଂ କିଛି ଦିନ ପରେ ଯୁବତୀଙ୍କୁ ପରିବାର ଲୋକେ ଅନ୍ୟତ୍ର ବିବାହ କରି ଦେଇଥିଲେ । ଏ ସମ୍ପର୍କରେ ବୁଝାମଣା ପାଇଁ ଆଜି ଦିନ ପ୍ରାୟ ୧୦ଟା ବେଳେ ଯୁବତୀ, ତାଙ୍କ ବାପା , ମାଆ ଓ ତାଙ୍କ ୫ ବର୍ଷର ଝିଆରୀଙ୍କ ସହିତ ଆସି ପରିବାର କୋର୍ଟରେ ପହଞ୍ଚିବା ମାତ୍ରେ ରମେଶ ଏକ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲା । ଏପରିକି ଯୁବତୀଙ୍କ ମହିଳା ଓକିଲଙ୍କୁ ମଧ୍ୟ ରମେଶ ଆକ୍ରମଣ କରିଥିଲେ। ରମେଶଙ୍କ ଏପରି ଉନ୍ମତକାଣ୍ଡରେ ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ଅନ୍ୟ ଆଇନଜୀବୀମାନେ ପହଞ୍ଚି ତାଙ୍କୁ କାବୁ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେବା ସହି ଆହତମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି ।