ପ୍ରେମ ଆଗରେ ସବୁକିଛି ତୁଚ୍ଛ । ବାହାଘରର ୪ ଦିନ ପରେ ପ୍ରେମିକ ସହ ସ୍ତ୍ରୀକୁ ବିବାହ କରାଇଲା ସ୍ୱାମୀ

35

କନକ ବ୍ୟୁରୋ : ନବ ବିବାହିତ ପତ୍ନୀକୁ ପ୍ରେମିକ ସହ ବାହା କରାଇଦେଲା ସ୍ୱାମୀ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ପାମରା ଗାଁ ରେ । ଗତ ୪ ତାରିଖରେ ପାମରା ଗାଁର ବାସୁଦେବ ଟପ୍ପୋ ଝାରସୁଗୁଡାର କୌଶଲ୍ୟା ଦଣ୍ଡସେନାଙ୍କୁ ବିବାହ କରିଥିଲେ । ୮ତାରିଖରେ କୌଶଲ୍ୟାଙ୍କ ଘରକୁ ସଂପର୍କୀୟ ଭାଇର ପରିଚୟ ଦେଇ ବୁଲିଆସିଥିଲେ ପ୍ରେମିକ । କୌଶଲ୍ୟାଙ୍କୁ ତା ପ୍ରେମିକ ସହ ଅସଂଜତ ଅବସ୍ଥାରେ ଦେଖିବା ପରେ ଏକ ଖୁଂଟର ବାନ୍ଧି ନିସ୍ତୁକ ପିଟିଥିଲେ ଗାଁର ଲୋକେ । ପରେ ସ୍ୱାମୀ ବାସୁଦେବ ପତ୍ନୀ କୌଶଲ୍ୟାଙ୍କୁ ତା ପ୍ରେମିକ ସହ ବିବାହ କରାଇ ଦେଇଥିଲେ ।