ପତ୍ନୀଙ୍କୁ ମୁଖାଗ୍ନୀ ଦେବା ପରେ ହାରିଲେ ଜୀବନ ! ଏକାଠି ବଞ୍ଚିବୁ ଏକାଠି ମରିବୁ ପ୍ରତିଶୃତିକୁ କଲେ ପୁରଣ ।

107

ଇତିହାସ ପୃଷ୍ଠାରେ ସତୀଦାହ ପ୍ରଥାର ଉଲ୍ଲେଖ କରାଯାଇଛି । ଆପଣମାନେ ମଧ୍ୟ ଏହି ସତୀଦାହ ପ୍ରଥା ବିଷୟରେ ଅଳ୍ପ ବହୁତ ଅବଗତ ଥିବେ । ସତୀଦାହ ପ୍ରଥା ଅନୁଯାୟୀ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀକୁ ସ୍ୱାମୀ ଜୁଇରେ ଧାସ ଦେବାକୁ ପଡୁଥିଲା । ଠିକ ସେହିଭଳି ୟୁପିର ଉନ୍ନାବ ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଲୋକମାନେ ଭାବୁକ ହୋଇ ଉଠିଛନ୍ତି । ପତ୍ନୀ ମୃତ୍ୟୁର ଦୁଃଖ ସହ୍ୟ ନକରିପାରି ଚିତାରେ ମୁଖାଗ୍ନୀ ଦେବା ପରେ ସେହି ସ୍ଥାନରେ ଟଳିପିଥିଲେ ସ୍ୱାମୀ ।

ୟୁପିର ଉନ୍ନାବ ଜିଲ୍ଲାରେ ଘଟିଥିବା ଏହି ଘଟଣା ସାରା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଓରାସ ଥାନା ଅନ୍ତର୍ଗତ ହସନପୁର ନିବାସୀ ଲିଲାବତୀ ଗତ ଏକ ମାସ ହେବ ରୋଗରେ ପିଡିତ ଥିଲେ । ଏକ ମାସ ହେବ ରୋଗରେ ପିଡିତ ଥିବା କାରଣରୁ ଗତ ମଙ୍ଗଳବାର ଦିନ ଲିଲାବତୀଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ତିମସଂସ୍କାର ପାଇଁ ପରିଜନ ମାନେ ଲିଲାବତୀଙ୍କୁ ଗାଁ ମଶାଣୀକୁ ନେଇଯାଇଥିଲେ । ସେଠାରେ ଲିଲାବତୀଙ୍କ ଜୁଇରେ ସ୍ୱାମୀ ସନ୍ତୁ ମୋର୍ଥ ମୁଖାଗ୍ନୀ ଦେଇଥିଲେ । ମୁଖାଗ୍ନୀ ଦେବାର କିଛି ସମୟ ପରେ ସନ୍ତୁ ସେଠାରେ ଅଚେତ ହୋଇ ଟଳିପଡିଥିଲେ । ପରିଜନ ମାନେ ସନ୍ତୁକୁ ଉଠାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସନ୍ତୁ ଉଠିନଥିଲେ । ସ୍ତ୍ରୀ ମୃତ୍ୟୁର କିଛି ଘଣ୍ଟା ବିତିନଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରିବାର ଲୋକମାନଙ୍କୁ ଜେତିକି ଦୁଃଖରେ ପକାଇଥିଲେ ତା ଠାରୁ ଅଧିକ ଏହି ଘଟଣାଟି ଗାଁ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସୂଚନା ମୁତାବକ, ସନ୍ତୁଙ୍କ ଦୁଇ ପୁଅ ଏବଂ ଚାରି ଝିଅ ଥିଲେ । କିନ୍ତୁ ଗତ କିଛି ବର୍ଷ ତଳେ ଦୁଇ ପୁଅ ବିଷ ପିଇ ମୃତ୍ୟୁବରଣ କରିଥିଲେ । ଅନ୍ୟ ତିନି ଝିଅଙ୍କୁ ସନ୍ତୁ ବିବାହ କରିଦେଇଥିବା ବେଳେ ତାଙ୍କ ଆଉ ଏକ ସାନ ଝିଅ ପିତା ମାତାଙ୍କ ସହ ଗାଁରେ ରହୁଥିଲା । ପୂର୍ବରୁ ଦୁଇ ଭାଇଙ୍କ ଦେହାନ୍ତ ପରେ ଏବେ ପିତା ମାତାଙ୍କର ଗୋଟିଏ ଦିନରେ ମୃତ୍ୟୁକୁ ସହ୍ୟ କରିପାରିନାହାଁନ୍ତି ସାନ ଝିଅ ରୁବା