ଘୂର୍ଣ୍ଣିଝଡ ମାଥ୍ୟୁର ମହାତାଣ୍ଡବ : ହୈତିରେ ମୃତ୍ୟୁ ସଂଖ୍ୟା ଟପିଲା ୮ ଶହ

1

161007073335-12-haiti-1007-super-169କନକ ବ୍ୟୁରୋ : ଘୂର୍ଣ୍ଣିଝଡ ମାଥ୍ୟୁର ମହାତାଣ୍ଡବ । ହୈତିରେ ଘୂଣ୍ଣିଝଡ ମାଥ୍ୟୁରେ ମୃତକଙ୍କ ସଂଖ୍ୟା ୮ଶହ ଟପିଛି । ଆମେରିକାର ଅନେକ ଅଂଚଳରେ ତାଣ୍ଡବ ରଚାଇଛି ମାଥ୍ୟୁ । ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଫ୍ଲୋରିଡାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

161007073318-02-haiti-1007-super-169୧୫ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଘୂଣ୍ଣିଝଡ ଯୋଗୁଁ ଆମେରିକାରେ ୮୪୨ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପ୍ରାୟ ୧୨ଲକ୍ଷ ଲୋକ ବିଜୁଳି ଯୋଗଯୋଗ ବନ୍ଦ ରହିଥିବା ଅଂଚଳରେ ଫଶି ରହିଛନ୍ତି । ଆହୁରି ୨୦ଲକ୍ଷ ଲୋକଙ୍କୁ ସମୁଦ୍ର ତଟୀୟ ଅଂଚଳରୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ମାଥ୍ୟୁର ପ୍ରଭାବରେ ଜମୈକା, କ୍ୟୁବା, ବାହାମା ଓ ଡୋମିନିକ ରିପବ୍ଲିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ହୈତି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

Comments are closed.