ଶିକାରୀ ଆକ୍ରମଣରେ ହୋଇଛି ମହାବଳ ମହାବୀରର ମୃତ୍ୟୁ ! ପିସିସିଏଫକୁ ଚିଠି ଲେଖିଲା ଏନଟିସିଏ

ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

122

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟରେ ମହାବଳ ମହାବୀରକୁ ଶିକାରୀ ମାରିଛନ୍ତି । ଆଜି ପିସିସିଏଫକୁ ଏଭଳି ଚିଠି ଲେଖିଛନ୍ତି ଏନଟିସିଏ । ଏଥିରେ କୁହାଯାଇଛି ଯେ, ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ଏନଟିସିଏ । ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରରୁ ମହାବୀରକୁ ଅଣାଯାଇଥିଲା । କିନ୍ତୁ ଗତ ମାସରେ ମହାବୀର ପ୍ରାଣ ହରାଇଥଲା । ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ମହାବୀରର ଗତ ମାସରେ ମୃତ୍ୟୁ ହୋଇଥିଲା । ତେବେ ବାଘକୁ କିଏ ମାରିଛି ସେନେଇ ବେଶ୍ କିଛି ଦିନ ଛକାପଂଝା ଲାଗି ରହିଥିଲା । କିଏ କହୁଥିଲା ଶିକାରୀ ମାରିଛି କିଏ କହୁଥିଲା ସଂକ୍ରକଣ ଯୋଗୁଁ ବାଘ ମରିଛି । ପରେ କୁହାଯାଇଥିଲା ମହାବଳ ମହାବୀରର ବେକରେ କ୍ଷତ ଚିହ୍ନ ଥିବା ବେଳେ ସଂକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଛି । ତେବେ ମହାବୀରର ମୃତ୍ୟୁ ସହ ସାତକୋଶିଆରେ ପ୍ରୋଜେକ୍ଟ ଟାଇଗରକୁ ଲାଗିଛି ବଡ ଧରଣର ଝଟକା ଲାଗିଥିଲା ।