ଶିକାର କରିବା ପଡିଲା ମହଙ୍ଗା! ଶିକାରୀ ଗୁଳିରେ ମରିଲା ଶିକାରୀ

47

କନକ ବ୍ୟୁରୋ : ଶିକାର କରିବା ପଡିଲା ମହଙ୍ଗା । ଶିକାରୀ ଗୁଳିରେ ମରିଲା ଶିକାରୀ । ଏଭଳି ଘଟଣା ଘଟିଛି ଫୁଲବାଣୀରେ । ଫୁଲବାଣୀ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଗାଁ ଜଙ୍ଗଲରେ ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀ ପ୍ରାଣ ହରାଇଛି । ମୃତକଙ୍କ ନାଁ ପ୍ରଫୁଲ୍ଲ କହଁର ବୋଲି ଜଣାପଡିଛି ।

ଖବର ଅନୁସାରେ, ୪ ଜଣ ସାଙ୍ଗ ମିଶି ସକାଳୁ ଜଙ୍ଗଲକୁ ପଶୁ ଶୀକାର କରିବାକୁ ଯାଇଥିଲେ । କିନ୍ତୁ ଜାଣିନଥିଲେ ଶିକାର କରିବା ତାଙ୍କ ପାଇଁ ଆଣିଦେବ ଦୁଃଖଦ ମୁହୂର୍ତ୍ତ । ଜଙ୍ଗଲ ମଧ୍ୟରେ ପଶୁ ଶିକାର କରିବା ପରିବର୍ତ୍ତେ ସାଙ୍ଗକୁ ଶିକାର କଲା ଶିକାରୀ । ଏହି ଘଟଣାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଅନ୍ୟ ତିନି ଶିକାରୀଙ୍କୁ ଥାନାରେ ଅଟକ ରଖିଛି ଟିକାବାଲି ପୋଲିସ । ଏହାସହ ସେମାନଙ୍କ ପାଖରୁ ବନ୍ଧୁକ ଜବତ କରିଛି ପୋଲିସ ।