ସୋସିଆଲ ମିଡିଆ ପ୍ରତି ସାବଧାନ ! ଆପଣଙ୍କୁ ଆସିପାରେ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ, ଅନଲାଇନରେ ମିଠାକଥା କହି ଫସାଉଛନ୍ତି ଅଜ୍ଞାତ ପ୍ରେମିକା

20

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ରତି ସାବଧାନ । ଆପଣଙ୍କୁ ଆସିପାରେ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ । ଯୁବତୀ ମାନେ ଦେଖିବାକୁ କୌଣସି ମଡେଲ ଠାରୁ ବି କମ୍ ନୁହନ୍ତି । ସେମାନଙ୍କ କଥାବାର୍ତ୍ତା ଆଉ ପ୍ରଲୋଭନରେ ପଡି ପାରନ୍ତି ଯେକୌଣସି ବ୍ୟକ୍ତି । ଲାଇକ୍, କମେଂଟ ଓ ପୋକରୁ ଆରମ୍ଭ ହୋଇଯାଏ ଚାଟିଂଙ୍ଗ । କିଛି ସମୟର ଚାଟିଂ ପରେ ଫ୍ରେଣ୍ଡସିପ୍ । ଆଉ ତାପରେ ଫୋନ୍ ନମ୍ବର ଏକ୍ସଚେଂଜ । କମ୍ ସମୟ ଭିତରେ ଆସିଯିବ ଯୁବତୀଙ୍କ ଫୋନ୍ କଲ । ଠିକ୍ ଏହିପରି ଫୋନ୍ କଲ୍ ଆଉ ଡେଟିଙ୍କ କରିବାର ଅଫର ।

ଠିକ୍ ଏହିଭଳି ଆପଣାପଣର କଥା ଓ ଡେଟିଂଗ କରିବାର ଅଫର୍ । କିନ୍ତୁ ଆପଣ ଯୁବତୀଙ୍କ କଥାରେ ରାଜି ହୋଇ, ଠିକଣାରେ ପହଂଚି କିଛି ବୁଝିବା ଆଗରୁ ହନିଟ୍ରାପର ଶିକାର ହୋଇ ପାରନ୍ତି । କିଛି ବୁଝିବା ଆଗରୁ ତିଆରି ହୋଇଥାଏ ଅପହରଣର ଜାଲ । ଏହିଭଳି କିଛି ହନିଟ୍ରାପ ଚଳାଇଥିବା ୨ ଯୁବତୀଙ୍କୁ ଖୋଜୁଛି କମିଶନରେଟ ପୁଲିସ । ଯେଉଁମାନେ ଅପରାଧର ନୂଆ ତରିକା ଆପଣାଇଥିବାବେଳେ ଓଲଟା ପୁଲିସର ଟ୍ରାପରେ ପଡିଯାଇଛନ୍ତି । ଏହି ଯୁବତୀଙ୍କ ଠିକଣା ପୁଲିସ ପାଇ ସାରିଥିବା ବେଳେ, ସୋମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।

ଅନ୍ୟପଟେ ଏହି ହନିଟ୍ରାପ ଗ୍ୟାଙ୍ଗର ଲିଡରମାନେ ଶୈଳେଶ୍ରୀ ବିହାର ଅପହରଣ ମାମଲାରେ ଗିରଫ ହୋଇ ସାରିଛନ୍ତି । ୨ ଯୁବତୀ ଏହି ଗ୍ୟାଙ୍ଗ ଲିଡର ମୁଖ୍ୟ ଗୋପାଳ ଓ ସୁଭରାଜର ଗର୍ଲଫ୍ରେଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି । ସେମାନଙ୍କ ଗିରଫଦାରୀ ପରେହିଁ ହନିଟ୍ରାପର ଶୀକାର ବ୍ୟକ୍ତିଙ୍କ ସନ୍ଧାନ ମିଳିପାରିବ ବୋଲି ଆଶା କରାଯାଉଛି ।