କୁମ୍ଭମେଳା ବୁଲିବାକୁ ଆସିଥିବା ବିଦେଶିନୀ ସାଜିଲେ ସନ୍ୟାସିନୀ ! ଗ୍ରହଣ କଲେ ସନାତନ ଧର୍ମ, ବୈଦିକ ସଂସ୍କୃତିର ପ୍ରସାର କରିବାକୁ ନେଲେ ସଂକଳ୍ପ ।

ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି ।

137

ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି । ଏବେ ପ୍ରୟାଗରାଜଠାରେ କୁମ୍ଭମେଳା ଚାଲିଥିବାବେଳେ ଅନେକ ବିଦେଶୀ ଏଠାକୁ ଆସିବାରେ ଲାଗିଛନ୍ତି । କେତେକ ବିଦେଶୀ ନିଜର ସବୁ ପାର୍ଥିବ ସଫଳତାକୁ ତ୍ୟାଗ କରି ସନାତନ ଧର୍ମରେ ସାମିଲ ହୋଇଯାଉଛନ୍ତି ।

ପ୍ରୟାଗରାଜରେ ଗତ କିଛି ସପ୍ତାହ ହେବ କୁମ୍ଭମେଳା ଅନୁଷ୍ଠିତ ହୋଇଛି । ଏହି ମେଳାରେ ବହୁ ସଧୁସନ୍ଥଙ୍କୁ ଦେଖିବାକୁ ମିଳିଛି । କେବଳ ସାଧୁସନ୍ଥ ନୁହଁନ୍ତି ଏହି ମେଳାରେ ପ୍ରଥମ ଥର ପାଇଁ କିନ୍ନର ସଂଘ ମଧ୍ୟ ସାମିଲ ହୋଇଥିବାର ନଜିର ରହିଛି । ଅନେକ ଦେଶରୁ ପର୍ଯ୍ୟଟକ ମାନେ ଏଠାକୁ ଆସି ଏହି ମେଳାକୁ ମନଭରି ଉପଭୋଗ କରୁଛନ୍ତି । ତେବେ ଏଥିସବୁ ମଧ୍ୟରେ ଜଣେ ବିଦେଶିନୀ ସନାତନ ଧର୍ମରେ ସାମିଲ ହୋଇଯାଉଛନ୍ତି ।

ଏହି ବିଦେଶିନୀ ଜଣକ ହେଉଛନ୍ତି କୁମ୍ଭକୁ ଆସିଥିବା ହଙ୍ଗେରୀର ଜଣେ ଡାକ୍ତର ଡଃ ଆନିକୋ । ଡାକ୍ତରୀ ଡିଗ୍ରୀ ହାସଲ କରିଥିବା ଆନିକୋ ଜଣେ ସଫଳ ଡାକ୍ତର । କିନ୍ତୁ ଏସବୁ ସତ୍ତ୍ୱେ ସେ ଭାରତୀୟ ସନାତନ ସଂସ୍କୃତି ପ୍ରେମରେ ପଡି ଏବେ ସନ୍ୟାସିନୀ ହୋଇଯାଇଛନ୍ତି । ନେପାଳ ସ୍ଥିତ ଜୁନା ଅଖାଡାର ମହାମଣ୍ଡଳେଶ୍ୱର ସାଧ୍ୱୀ ହେମାନନ୍ଦ ଗିରିଙ୍କ ସଂସ୍ପର୍ଶରେ ଆସି ନାଗା ସନ୍ୟାସୀ ହେବା ସହ ତାଙ୍କର ନୂଆ ନାଁ ସାଧ୍ୱୀ ସରସ୍ୱତୀ ଗିରି ରଖାଯାଇଛି । ସେ ନିଜ ସହର ବୁଦାପେଷ୍ଟ (ହଙ୍ଗେରୀର ରାଜଧାନୀ) ଫେରି ସେଠାରେ ଏକ ଶିବମନ୍ଦିର ପ୍ରତିଷ୍ଠା ସହ ଏକ ବୈଦିକ ବିଦ୍ୟାଳୟ ଖୋଲି ବୈଦିକ ସଂସ୍କୃତିର ପ୍ରସାର କରିବାକୁ ସଂକଳ୍ପ କରିଛନ୍ତି ।