ପୁଣି ରାସ୍ତାରେ ଅନ୍ନଦାତା ! ଚାଷୀଙ୍କଠାରୁ ଧାନ କିଣା ଯାଉନଥିବା ଅଭିଯୋଗରେ ଧାନ ବସ୍ତା ରଖି ଶହ ଶହ ଚାଷୀଙ୍କ ରାସ୍ତା ଅବରୋଧ

84

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ରାସ୍ତାରୋକ କରିଛନ୍ତି ଚାଷୀ । ରାସ୍ତାରେ କୁଇଂଟାଲ କୁଇଂଟାଲ ଧାନ ରଖି ବସି ରହିଛନ୍ତି ଚାଷୀ । ଦୀର୍ଘ ୩୬ଘଂଟାରୁ ଅଧିକ ସମୟ ହେଲା ଚାଷୀମାନେ ଏପରି କରୁଛନ୍ତି । ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣା ନ ହୋଇ ଦଲାଲଙ୍କ ଠାରୁ ଧାନ କିଣାଯାଉଛି ବୋଲି ଏପରି ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଏପଟେ ଦୀର୍ଘସମୟ ଧରି ରାଜରାସ୍ତାରେ ଚାଷୀମାନେ ବସିଥିବା ବେଳେ ବର୍ତମାନ ସୁଦ୍ଧା ଯୋଗାଣ ବିଭାଗର କୌଣସି ଅଧିକାରୀ ସେମାନଙ୍କ ନିକଟରେ ପହଂଚି ନାହାନ୍ତି ।

ସେପଟେ ଶୁକ୍ରବାର ଘଟଣାସ୍ଥଳରେ ବିଡିଓ ପହଂଚି ଚାଷୀଙ୍କ ଧାନ ଶନିବାର ସକାଳୁ ଉଠାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ବର୍ତମାନ ସୁଦ୍ଧା ଧାନ ଉଠିି ନ ଥିବା ବେଳେ ଧାରଣାସ୍ଥଳରେ କୌଣସି ଅଧିକାରୀଙ୍କ ଦେଖାନାହିଁ । ଯାହାଫଳରେ ଚାଷୀମାନେ ଉତ୍ୟେକ୍ତହେବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ତ୍ରୀବତର କରିବେ ବୋଲି ଚେତାବନୀ ଦେଇଛନ୍ତି ।