କେବଳ ହିନ୍ଦୁ ରାଜା ହିଁ ନୁହେଁ, ମୁସଲମାନ ମୋଗଲ ରାଜା ବି ରଖିଥିଲେ ରାକ୍ଷୀର ମାନ

57

ଭାଇ-ଭଉଣୀର ଅତୁଟ ସଂପର୍କ, ପ୍ରେମ ଓ ସମର୍ପଣର ପର୍ବ ରାକ୍ଷୀ ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ନିଜର ବିଶେଷ ମହତ୍ୱ ଅଛି । ଧର୍ମଗ୍ରନ୍ଥ ମୁତାବକ, ଏହି ପର୍ବର ଆରମ୍ଭ ୬ ହଜାର ବର୍ଷ ପୂର୍ବରୁ ଥିବାର ପ୍ରମାଣ ଅଛି । ଏଥି ସହ ଜଡିତ ଦେବରାଜ ଇନ୍ଦ୍ର ଠାରୁ ଆରମ୍ଭ କରି କୃଷ୍ଣ ଓ ପାଣ୍ଡବ ଠାରୁ ଆରମ୍ଭ କରି ରାଜା-ମହାରାଜ ପର୍ଯ୍ୟନ୍ତ ଜଡିତ । ଐତିହାସିକଙ୍କ ମତ ଏହା ଯେ, ରାକ୍ଷୀର ଆରମ୍ଭ ରାଜସ୍ଥାନରୁ ହୋଇଥିଲା । କିନ୍ତୁ କେବଳ ହିନ୍ଦୁ ରାଜପୁତ ରାଜାଙ୍କ ଠାରେ ହିଁ ନୁହେଁ ବରଂ ମୁସଲମାନ ମୋଗଲ ରାଜାମାନେ ମଧ୍ୟ ଏହି ପର୍ବକୁ ପାଳିଛନ୍ତି ।

ଐତିହାସିକ କହନ୍ତି କି, ରାଜସ୍ଥାନରେ ରାଜପୁତ ଯେତେବେଳେ ଯୁଦ୍ଧରେ ଜିତିଥିଲେ, ସେତେବେଳେ ମହିଳାମାନେ ତାଙ୍କ ମଥାରେ କୁମକୁମ ଚନ୍ଦନ ଲଗାଇଥିଲେ ଓ ହାତରେ ରେଶମୀ ସୂତା ଭାବେ ରକ୍ଷା ସୂତ୍ର ବାନ୍ଧିଥିଲେ । ତାଙ୍କର ବିଶ୍ୱାସ ଥିଲା ଯେ, ସେହି ରକ୍ଷା ସୂତ୍ର ତାଙ୍କୁ ଯୁଦ୍ଧରେ ବିଜୟ ହେବାରେ ସାହାଯ୍ୟ କରିବ । ଏହା କେବଳ ହିନ୍ଦୁଙ୍କ ଠାରେ ସୀମିତ ନଥିଲା । ମେୱାଡ଼ର ସୁଲତାନ ବାହାଦୁର ଶାହଙ୍କ ଠାରୁ ବଂଚାଇବା ପାଇଁ ଚିତ୍ତୋଡ଼ଗଢ଼ର ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କୁ ବି ରାକ୍ଷୀ ପଠାଇଥିଲେ ।

ସେତେବେଳେ ହୁମାୟୁନ ବି କର୍ଣ୍ଣାବତୀଙ୍କୁ ଭଉଣୀର ଅଧିକାର ଦେଇ ତାଙ୍କର ଜୀବନ ବଂଚାଇଥିଲେ । ମଧ୍ୟକାଳରେ ରାଜପୁତ୍ ଓ ମୁସଲିମଙ୍କ ମଧ୍ୟରେ ଯୁଦ୍ଧ ଚାଲୁଥିଲା । ରାଣୀ କର୍ଣ୍ଣାବତୀ ଚିତ୍ତୋଡ଼ର ରାଜାଙ୍କ ବିଧବା ଥିଲେ । ରାଣୀ କର୍ଣ୍ଣାବତୀଙ୍କୁ ଯେତେବେଳେ ବହାଦୁରଶାହାଙ୍କ ଦ୍ୱାରା ମେୱାଡ ଉପରକୁ ଆକ୍ରମଣ କରିବାର ଖବର ମିଳିଥିଲା, ସେତେବେଳେ ସେ ଭୟଭୀତ ହୋଇଯାଇଥିଲେ । କର୍ଣ୍ଣାବତୀ, ବାହାଦୁରଶାହାଙ୍କ ଠାରୁ ଯୁଦ୍ଧ କରିବାରେ ସକ୍ଷମ ନଥିଲେ । ସେ ପ୍ରଜାଙ୍କ ସୁରକ୍ଷା ପାଇଁ ହୁମାୟୁନଙ୍କୁ ରାକ୍ଷୀ ପଠାଇଥିଲେ । ସେତେବେଳେ ହୁମାୟୁନ୍ ରାକ୍ଷୀର ମାନ ରଖିଲେ ଓ ମେୱାଡ଼ ପହଂଚି ବାହାଦୁରଶାହାଙ୍କ ବିରୁଦ୍ଧରେ ଯୁଦ୍ଧ ଲଢ଼ିଲେ ।