ସାବଧାନ : ଖାଦ୍ୟ ସହିତ ଆପଣଙ୍କ ଶରୀର ମଧ୍ୟକୁ ଯାଉଛି ୧୦୦ରୁ ବି ଅଧିକ ପ୍ଲାଷ୍ଟିକ କଣିକା । ଜାଣନ୍ତୁ କିପରି

56

ଆପଣଙ୍କ ଖାଇବାେରେ ପ୍ଲାଷ୍ଟିକ ଥିବା କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ରିସର୍ଚ୍ଚରେ ଖୁଲାସା କରାଯାଇଛି କି ନରମ ଜିନିଷ ଏବଂ ସିନ୍ଥେଟିକ କପଡାରୁ ବାହାରୁଥିବା ପଲିମର ଘରର ଧୂଳିକଣାରେ ମିଶିଯାଏ, ଯାହାକି ଆମ ଖାଇବା ପ୍ଲେଟରେ ଜମା ହୋଇଯାଏ । ବ୍ରିଟେନ ସ୍ଥିତ ହ୍ୟାରିଅଟ-ୱାଟ ୟୁନିଭର୍ସିଟିର ଗବେଷକ ତିନୋଟି ଘରର ଖାଇବା ଟେବୁଲରେ ରଖାଯାଇଥିବା ପ୍ଲେଟକୁ ଯାଂଚ କରିବାରୁ ଜାଣିବାକୁ ପାଇଲେ । ୨୦ ମିନିଟ ପର୍ଯ୍ୟନ୍ତ ଚାଲିଥିବା ରାତ୍ରି ଭୋଜନ ସରିବା ପରେ ବାସନକୁସନରେ ପ୍ଲାଷ୍ଟିକର ୧୪ଟି କଣିକା ପାଇଲେ, ଯାହା ୧୧୪ଟି ପ୍ଲାଷ୍ଟିକ ଫାଇବର ସହିତ ସମାନ । ଏହା ହାରାହାରି ପ୍ରତି ରାତ୍ରି ଭୋଜନ ଥାଳିରେ ମିଳେ । ହ୍ୟାରିଅଟ-ୱାଟ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ମୁତାବକ, ଜଣେ ବ୍ୟକ୍ତି ବର୍ଷକୁ ସାଧାରଣ ଭାବେ ଖାଇବା ସମୟରେ ୬୮ ହଜାର ୪୧୫ଟି କ୍ଷତିକାରକ ପ୍ଲାଷ୍ଟିକ ଫାଇବରକୁ ଗିଳିଥାନ୍ତିି । ହ୍ୟାରିଅଟ-ୱାଟ ୟୁନିଭର୍ସିଟିର ପ୍ରଫେସରଙ୍କ କହିବାନୁସାରେ, ଏହି ପ୍ଲାଷ୍ଟିକ ଫାଇବର ଘରର ଭିତର ଓ ବାହାର ପରିବେଶରେ ଉପସ୍ଥିତ ଥାଏ ।

ଗବେଷକଙ୍କ ମୁତାବକ, ଘର ତିଆରି ଖାଇବାରେ ମିଳୁଥିବା ପ୍ଲାଷ୍ଟିକ ଫାଇବର ଖାଦ୍ୟରେ ବ୍ୟବହୃତ ହେଉଥିବା ଚାଉଳ ବା ଖାଦ୍ୟ ତିଆରି ପରିବେଶରୁ ଆସେନି ବରଂ ଘରେ ଉପସ୍ଥିତ ଧୂଳିକଣାରୁ ଆସେ । ଭୋଜନ କରିବା ସମୟରେ ମଣିଷ ଏହି ପ୍ଲାଷ୍ଟିକ ଫାଇବରକୁ ଗ୍ରହଣ କରିଥାଏ । ଏହା ସହିତ ପବନରେ ଥିବା ଧୂଳିକଣା ନିଶ୍ୱାସ ଓ ପ୍ରଶ୍ୱାସ ଜରିଆରେ ମଧ୍ୟ ଆମ ଶରୀରରେ ପ୍ରବେଶ କରେ । ଗବେଷକ ଜୁଲିଏନ କିର୍ବିଙ୍କ ମୁତାବକ, ଘର ଭିତରେ ଥିବା ଧୂଳି ଓ ପବନ ଯାହାକୁ ଆମେ ଶ୍ୱାସକ୍ରିୟାରେ ଗ୍ରହଣ କରୁ, ସେଥିରୁ ମିଳୁଥିବା ପ୍ଲାଷ୍ଟିକ ଫାଇବର କାର ଟାୟାର, କାର୍ପେଟ ଓ ପଶୁପକ୍ଷୀଙ୍କ ଉଲରୁ ତିଆରି କପଡା ଜରିଆରେ ତାହା ଘରକୁ ପ୍ରବେଶ କରେ । ଏହି ସବୁ ଜିନିଷର ବ୍ୟବହାର ଦ୍ୱାରା ପ୍ଲାଷ୍ଟିକର ସୁକ୍ଷ୍ମ କଣିକା ଘରୋଇ ପରିବେଶକୁ ପ୍ରବେଶ କରେ ।