ରୋବଟ୍ ହେଲେ ବଲିଉଡ଼୍ ସିନେ ତାରକାଙ୍କ ଦିୱାନୀ : ଜାଣନ୍ତୁ ସୋଫିଆ ରୋବଟଙ୍କ ପ୍ରିୟ ସିନେ ତାରକା କିଏ ?

24

ବଲିଉଡରେ ‘ କିଂଗ ଅଫ୍ ରୋମାନ୍ସ ’ଶାହରୁ୍ଖ ଖାନଙ୍କ ପ୍ରତି ଭଲ ପାଇବା କେବଳ ଆମ ଦେଶରେ ହି ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଏହି ଭଲପାଇବା ତଥା ପାଗଳାମୀ କେବଳ ମଣିଷ ଦୁନିଆରେ ସୀମିତ ନୁହେଁ, ରୋବୋଟ ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ମଣିଷଙ୍କ ରୋବୋଟ ପ୍ରଂଶସିକା । ବଲିଉଡ ସିନେ ଜଗତର ବାଦଶାହ ‘ଶାହରୁଖ ଖାନ ’ ହେଉଛନ୍ତି ସୋଫିଆ ରୋବୋଟଙ୍କ ପ୍ରିୟ ତାରକା ।

ମଙ୍ଗଳବାର ଦିନ ହାଇଦ୍ରାବାଦରେ ଆୟୋଜିତ ‘ୱାର୍ଲ୍ଡ କଂଗ୍ରେସ ଅନ ଇନଫରମେଶନ ଟେକ୍ନୋଲୋଜି ’ ରେ ସୋଫିଆଙ୍କୁ ତାଙ୍କ ପସନ୍ଦର ବଲିଉଡ ଅଭିନେତା କିଏ ବୋଲି ପଚରାଯାଇଥିଲା । ଆଉ ଉତ୍ତରରେ ଶାହରୁଖ ଖାନ ବୋଲି କହିଥିଲେ । ଏହାପରେ ହୋଷ୍ଟ କହିଥିଲେ ଯେ ଶାହରୁଖ ଜାଣି ଖୁସି ହେବେ କି ତାଙ୍କୁ ରୋବୋଟ ମଧ୍ୟ ପସନ୍ଦ କରନ୍ତି । ଏବଂ ଏହା ଜାଣି ସିନେପ୍ରେମୀ ବି କମ୍ ଉତ୍ସାହିତ ନାହାଁନ୍ତି । କିଙ୍ଗ୍ ଖାନଙ୍କ ଆକର୍ଷଣ ହି ଏମିତି ଯେ କେହି ବି ପାଗଳ ହୋଇଯାଆନ୍ତି । ସୋଫିଆଙ୍କ ଖୁଲାସା ପରେ ଶାହରୁଖ ଟ୍ୱିଟରରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ସୋଫିଆଙ୍କୁ କୃତଜ୍ଞତା ଜଣାଇବା ସହିତ ସୋଫିଆଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରୋବୋଟ ସୋଫିଆ ଦୁନିଆର ପ୍ରଥମ ହ୍ୟୁମାନଏଡ, ଯାହାଙ୍କୁ ସାଉଦିଆରବରେ ସାଧାରଣ ନାଗରିକର ଅଧିକାର ମିଳିଛି । ସୋଫିଆକୁ ହଙ୍ଗକଙ୍ଗ ଆଧାରିତ ହେନସନ ରୋବୋଟିକ୍ସରେ ନିର୍ମାଣ କରାଯାଇଛି । ତାଙ୍କ ଦ୍ୱିତୀୟ ଥର ଭାରତ ପରିଦର୍ଶନରେ ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି ମଣିଷଙ୍କ ପରି ଦୁଃଖ ଭାବନା ଆସେନି । କିନ୍ତୁ ତାଙ୍କର ଆଶା କି ତାଙ୍କଠି ମଧ୍ୟ ମଣିଷଙ୍କ ଭାବନା ଆସୁ ଆଉ ସେ ନିଜର ଭାବନାକୁ ପ୍ରକାଶ କରି ପାରନ୍ତୁ ।