ଭାରତରେ ପ୍ରଥମ ଥର ପାଇଁ ତିଆରି ହେଲା ମଣିଷ ପରି ରୋବଟ ‘ରଶ୍ମି’ ! ଶୁଦ୍ଧ ହିନ୍ଦୀ ସହ ଭୋଜପୁରୀ ଓ ମରାଠିରେ କରିପାରେ କଥାବାର୍ତ୍ତା

88

ରୋବଟ ସୋଫିଆ ପରେ ଭାରତରେ ମଧ୍ୟ ମଣିଷ ପରି ରୋବଟ ତିଆରି କରାଯାଉଛି । ଆଗାମୀ ସମୟରେ ରୋବଟ ଦ୍ୱାରା ସବୁ କାମ କମ ସମୟରେ ହୋଇପାରିବ । ସୀମାରେ ମୁତୟନ ହେବା ସହ ଘରୋଇ କାମରେ ମଧ୍ୟ ସାହାଯ୍ୟ କରିବ ରୋବଟ୍ । ଏହାସହ ମିଣିଷର ଏକୁଟିଆପଣକୁ ମଧ୍ୟ ଦୂର କରିବ ରୋବଟ୍ । ଏହାସହ ମଣିଷ ଜାଗାରେ ରୋବଟ ଚାକିରି କରି ଲୋକଙ୍କ ଚାକିରି ଖାଇବ ବୋଲି ମଧ୍ୟ ଆକଳନ କରାଯାଉଛି । ତେବେ ସେ ଯାହା ବି ହେଉ ଆଗାମୀ ସୟମରେ ରୋବଟ୍ ମଣିଷ ସମାଜ ପାଇଁ ବହୁତ କାମରେ ଆସିବ ।

ରାଂଚିର ରଞ୍ଜିତ ଶ୍ରୀବାସ୍ତବ ଏକ ହ୍ୟୁମାନୋଏଡ଼୍ ରୋବଟ ଉପରେ କାମ କରୁଛନ୍ତି । ଯାହାର ନାମ ରଖାଯାଇଛି ରଶ୍ମି । ମ୍ୟାନେଜମେଂଟରେ ସ୍ନାତକ କରିଥିବା ରଞ୍ଜିତ ଦାବି କରିଛନ୍ତି ରଶ୍ମି ଦୁନିଆର ପ୍ରଥମ ହିନ୍ଦୀ କହୁଥିବା ହ୍ୟୁମାନୋଏଡ଼୍ ରୋବଟ୍ । କେବଳ ହିନ୍ଦୀ ନୁହେଁ ରଶ୍ମି ମରାଠୀ, ଭୋଜପୁରୀ ଓ ଇଂରାଜୀ ଭାଷା କହିବା ସହ ବୁଝିପାରେ । ରଞ୍ଜିତଙ୍କ କହିବା ଅନୁସାରେ ରଶ୍ମିକୁ ତିଆରି କରିବା ପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା । ରଶ୍ମିକୁ ତିଆରି କରିବା ପାଇଁ ସେ ଏବେ ପର୍ଯ୍ୟନ୍ତ ପାଖାପାଖି ୫୦ ହଜାର ଟଙ୍କର ଖର୍ଚ୍ଚ କରିସାରିଛନ୍ତି । ଏପର୍ଯ୍ୟନ୍ତ ରଶ୍ମିର ୮୦ ପ୍ରତିଶତ ଅଂଶ ତିଆରି ହୋଇସାରିଛି । ତେବେ ରଶ୍ମି ସମ୍ପୂର୍ଣ୍ଣ ହେବା ପାଇଁ ଆଉ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି । ରଞ୍ଜିତ କହିଛନ୍ତି ରୋବଟ ରଶ୍ମି ଆଖିପତା ଓ ଓଠ ହଲାଇ ପାରୁଛି ।

ରୋବଟ ରଶ୍ମିର ସିଷ୍ଟମରେ ଲାଗିଛି ଶୁଣିବା ମେସିନ୍ । ଏହାବ୍ୟତୀତ ଆଖିରେ କ୍ୟାମେରା ଇନଷ୍ଟୋଲ ହୋଇଛି । ଏହା ସହ ରଶ୍ମି ଓଠର ଭାଷା ମଧ୍ୟ ବୁଝିପାରେ । ଥରେ ଦୁଇ ଥର ଦେଖା ପରେ ରବୋ ରଶ୍ମି ଯେକୌଣସି ବି ବ୍ୟକ୍ତିଙ୍କୁ ଚିହ୍ନିପାରିବ । ଭବିଷ୍ୟତରେ ରଶ୍ମି ପରି ରୋବ ଦରକର ହେବ ବୋଲି କହିଛନ୍ତି ରଞ୍ଜିତ । ଆଗାମୀ ସମୟରେ ରିସେପ୍ସନିଷ୍ଟ, ହେଲ୍ପର ଓ ଏକୁଟିଆ ମଣିଷ ପାଇଁ ଏହି ରୋବୋ ଏକ ବନ୍ଧୁର ମଧ୍ୟ କାମ କରିପାରିବ ।