ମରିଯାଇଛି ମାନବିକତା ! ସ୍ୱାମୀଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କୁ ସମସ୍ତ ସମ୍ପତୀ କରିଥିଲେ ଦାନ, କିନ୍ତୁ ନିଜେ ମଲା ପରେ ଗାଁ ଲୋକଙ୍କ ପାଇଁ ହୋଇପଡିଛନ୍ତି ଅଲୋଡା ।

40

ହଜିଯାଇଛି ମାନବିକତା । ହାରିଯାଇଛି ମଣିଷ ପଣିଆ । ଗତ ସୋମବାର ଦିନ ୧୨ଟାରୁ ବୁଦ୍ଧା ମହିଳା ଙ୍କ ମୃତ୍ୟୁ କୁନେଇ ୨୦ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ଶବ ସଂସ୍କାର । ସେ ଯେମିତି ପାଲଟି ଯାଇଛନ୍ତି ସମସ୍ତଙ୍କ ପାଇଁ ଅଲୋଡା । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦିପ ଉପକଣ୍ଠ ବିଶ୍ୱାଳି ପଚାଂୟତର ନରେନ୍ଦ୍ରପୁର ଗ୍ରାମରେ ।

ସ୍ୱାମୀଙ୍କ ମୃତ୍ୟୁପରେ କମଳା ରାଉତ ନିଜର କୌଣସି ସନ୍ତାନ ନଥିବାରୁ ବେ ସାହାରା ହୋଇପଡିଥିଲେ । ଆଗକୁ ବାକି ଜୀବନ ଗାଁ ଲୋକଙ୍କ ସହ ବିତାଇବେ ବେଲି ଆଶା କରି ନିଜର ଥିବା ସମସ୍ତ ସମ୍ପତିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଦେଇଥିବା କୁଟୁମ୍ବମାନେ କହିଛନ୍ତିି । ତେବେ ଯେଉଁ କମଳା ନିଜ ବାକିତକ ଜୀବନକୁ ହସଖୁସିରେ କାଟିବାପାଇଁ ସମସ୍ତ ସମ୍ପତିକୁ ଅନ୍ୟମାନଙ୍କ ହାତରେ ଟେକି ଦେଇଥିଲେ ସେମାନେ ଆଜି ତାଙ୍କର ବୃଦ୍ଧା ବୟସରେ ପାଖରେ ନାହିଁନ୍ତି । ଏପରିକି ତାଙ୍କ ଶେଷ ସମୟରେ କେହିଜଣେ ଆସିନାହାଁନ୍ତି ତାଙ୍କ ମୁହଁରେ ଟିକେ ପାଣି ଦେବାପାଇଁ । କିନ୍ତୁ ଏବେ ମୃତ କମଳାଙ୍କ ଶବ ସଂସ୍କାର ପାଇଁ ଚାଲିଛି ଟଣାଓଟରା ।

ତେବେ କୁଟୁମ୍ବଙ୍କ କହିବା ଅନୁଯାୟୀ, ଯଦି ସେ ସମସ୍ତ ସମ୍ପତି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛନ୍ତି ତେବେ ସେମାନେ ଆସି ଶବ ସଂସ୍କାର କରନ୍ତୁ । କିନ୍ତୁ ଦିର୍ଘ ୨୦ ଘଣ୍ଟାପରେ ମଧ୍ୟ ଶବ ସଂସ୍କାର ହୋଇପାରିନଥିବା ମଣିଷ ପଣିଆକୁ ଯେମିତି ହରେଇ ବସିଛି । ନିଜର କୁଟୁମ୍ବମାନେ ଥିଲେବି ଲାଗୁଛି ନଥିଲାପରି ଆଉ ଯାହା ହାତରେ ସମସ୍ତ ସମ୍ପତି ଟେକି ଦେଇଥିଲେ ସିଏବି ଥାଇ ନଥିଲାପରି । ଏବେବି ପଡି ରହିଛି କମଳାଙ୍କ ମୃତ ଦେହ । ଗୋଟିଏ ପଟେ ସମ୍ପର୍କିୟମାନେ ଖୋଲାଖୋଲି ଭାବେ ଶବ ସଂସ୍କାର କରିବାକୁ ରୋକଠୋକ ମନା କରିଦେଇଥିବାବେଳେ ଅନ୍ୟପଟେ ଗ୍ରାମବାସୀ ମାନେ ମଧ୍ୟ ସେଥିରୁ ବାଦ ଯାଇନାହାଁନ୍ତି । ତେବେ ଗ୍ରାମାବାସୀ ଓ ମୃତ କମଳାଙ୍କ ସମ୍ପର୍କିୟ ଙ୍କ ଭିତରେ ଏଭଳି ଟଣାଓଟରାକୁ ନେଇ କୌଣସି ନିର୍ଜାସ ବାହାରିପାରୁନଥିବାବେଳେ ଏହାକୁ ନିନ୍ଦାକରିବା ସହ ସଭ୍ୟ ସମାଜରେ ଏଭଳି ଏକ ଘଟଣାକୁନେଇ ଦୁଖଃ ପ୍ରକାଶ କରିଛନ୍ତି ବିଶ୍ୱାଳି ପଚାଂୟତର ଲୋକପ୍ରତିନିଧୀ ।