ଯଦି କେବେ ଗିରଫ କରେ ପୁଲିସ୍ ! ଜାଣନ୍ତୁ ଆପଣଙ୍କ ସାମ୍ବିଧାନିକ ଅଧିକାର ଏବଂ ବ୍ୟବହାର

136

ଭାରତର ସମ୍ବିଧାନ କେବେ ହୋଇଥିଲା ଏବଂ କିଏ କିଏ ଏହାକୁ ତିଆରି କରିଥିଲେ ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ସମ୍ବିଧାନ ଆପଣଙ୍କୁ କି ଅଧିକାର ଦେଇଛି ସେକଥା ପ୍ରାୟ ଲୋକଙ୍କୁ ଅଜଣା । ତେଣୁ ଅନେକ ଲୋକ ଏଥିପାଇଁ ଫସି ଯାଇଥାନ୍ତି କାରଣ ସେମାନଙ୍କ ପାଖରେ ନିଜ ଅଧିକାରକୁ ନେଇ ପର୍ଯ୍ୟାପ୍ତ ଜ୍ଞାନ ନଥାଏ । ଯଦି ଆପଣ ଭାବୁଥାନ୍ତି ଯେ କେବଳ ସ୍ୱଳ୍ପ ଶିକ୍ଷିତ ଲୋକ ମାନଙ୍କୁ ନିଜ ଅଧିକାର ବିଷୟରେ ଜ୍ଞାନ ନଥାଏ ତେବେ ଆପଣଙ୍କ ଧାରଣା ଭୁଲ୍ । କାରଣ ଉଚ୍ଚଶିକ୍ଷିତ ଲୋକ ମାନେ ମଧ୍ୟ ନିଜ ସାମ୍ବିଧାନିକ ଅଧିକାର ବିଷୟରେ ଅଜ୍ଞ ଥାନ୍ତି ।

ତେବେ ସର୍ବପ୍ରଥମେ ଆମେ ଆପଣଙ୍କୁ କିଛି ମୌଳିକ ଅଧିକାର ବିଷୟରେ ଜଣାଇବୁ ଯାହା ଭାରତୀୟ ଆଇନ୍ ଆପଣଙ୍କୁ ଦେଇଥାଏ । ଏହି ତଥ୍ୟ ଆପଣଙ୍କୁ ସେହି ସମୟରେ କାମରେ ଆସିବ ଯେତେବେଳେ କୌଣସି ପୁଲିସ୍ ଅଫିସର୍ ଆପଣଙ୍କୁ ପଚରା ଉଚରା କରିବାକୁ ଆସଥାନ୍ତି । ଯଦି କୌଣସି ପୁଲିସ୍ ଆପଣଙ୍କୁ ଗିରଫ କରିବାକୁ ଆସନ୍ତି ସେତେବେଳେ ଆପଣଙ୍କୁ ମିଳିଥିବା ଅଧିକାରକୁ ପ୍ରୟୋଗ କରି କଷ୍ଟକୁ କିଛି ମାତ୍ରାରେ କମ୍ କରିପାରିବେ ।
ଏବେ ନଜର ପକାନ୍ତୁ ଆପଣଙ୍କ ସାମ୍ବିଧାନିକ ତଥା ଆଇନଗତ ମୌଳିକ ଅଧିକାର ଉପରେ :
• ଯଦି କୌଣସି ପୁଲିସ୍ ଅଫିସର୍ ଆପଣଙ୍କୁ ଗିରଫ କରିବାକୁ ଆସନ୍ତି ତେବେ ସର୍ବ ପ୍ରଥମେ ସେହି ଅଫିସରଙ୍କୁ ଆପଣଙ୍କୁ ତାଙ୍କ ଆଇଡି କାର୍ଡ ଦେଖାଇବାକୁ ପଡିବ । ଆଉ ଏକଥା ସ୍ପଷ୍ଟ କରିବାକୁ ପଡିବ ଯେ ସେ କାହଁକି ଆପଣଙ୍କୁ ଗିରଫ କରୁଛନ୍ତି ।
• ଆପଣଙ୍କ ପାଖରେ ଏହି ଅଧିକାର ଅଛି କି ଗିରଫ ହେବା ସମୟରେ ଆପଣ ଆପଣଙ୍କ ଆଇନଗତ ଅଧିକାର ମାଗି ପାରିବେ ।
• ପୁଲିସର ପଚରା ଉଚରା କରିବା ସମୟରେ ଆପଣ ଆପଣଙ୍କ ଓକିଲକୁ ଡାକି ପାରିବେ ।
• ପୁଲିସ୍ କେବଳ ୨୪ ଘଂଟା ପାଇଁ ଆପଣଙ୍କ ହାଜତରେ ରଖିପାରିବ । ତାଠାରୁ ଅଧିକ ସମୟ ରଖିବାକୁ ହେଲେ ମାଜିଷ୍ଟ୍ରେଟଙ୍କ ଅନୁମତି ଆଣିବାକୁ ପଡିବ ।
• ଯେଉଁ ପୁଲିସ୍ ଅଧିକାରୀ ଆପଣଙ୍କୁ ପଚାରା ଉଚରା କରିଛନ୍ତି , ତାଙ୍କ ନାଁ ଜାଣିବାରେ ଆପଣଙ୍କ ସଂପୂର୍ଣ୍ଣ ଅଧିକାର ରହିଛି ।
• ଯଦି ଆପଣ ପୁଲିସ୍ କଷ୍ଟେଡିରେ ଅଛନ୍ତି ତେବେ ୪୮ ଘଂଟା ମଧ୍ୟରେ ନିଜ ମେଡିକାଲ୍ ଚେକ ଅପ୍ କରିପାରିବେ ।

ଅଧିକାର ଯଦି ନମିଳେ :
ସେମିତିରେ ଅନେକ ଲୋକ ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାନ୍ତି କିନ୍ତୁ ଯେଉଁମାନେ ଜାଣିଥାନ୍ତି ସେମାନେ କଣ ନେଇପାରନ୍ତି । ଦେଶର ଜେଲ ମାନଙ୍କରେ କେତେ ଯେ ଅନେକ ନିର୍ଦ୍ଦୋଶ ଲୋକ ଗିରଫ ହୋଇ ଅଛନ୍ତି ଜଣା ନାହିଁ । ବର୍ଷ ବର୍ଷ ଧରି ଅଟକି ରହିଛି ଅନେକ ମାମଲା ଯାହାର ଏଯାଏଁ କୌଣସି ନିଷ୍କର୍ସ ଆସିନାହିଁ । ଏହା ବ୍ୟତୀତ ଲୋକମାନେ ପ୍ରତିଦିନ ହେଉଥିବା ଦୁର୍ନୀତି ପାଇଁ ହଇରାଣ ହେଉଛନ୍ତି । କ୍ଷମତା କିଛି ସୀମିତ ଲୋକଙ୍କ ପାଖରେ ଥାଏ ଯାହାର ସେମାନେ ଅପବ୍ୟବହାର କରିଥାନ୍ତି ।
ତେବେ ଏସବୁ ପରେ ବି ଆପଣ ଆପଣଙ୍କ ଅଧିକାରକୁ ଭୁଲନ୍ତୁ ନାହିଁ ଏବଂ ଶେଷ ସମୟ ପର୍ଯ୍ୟନ୍ତ ଲଢନ୍ତୁ । ଯଦି ଆପଣ ଠିକ୍ ଅଛନ୍ତି ତେବେ ଯେ ପର୍ଯ୍ୟନ୍ତ ସମସ୍ତ ରାସ୍ତା ବନ୍ଦ ନହୋଇଛି ସେପର୍ଯ୍ୟନ୍ତ ନିଜ ଅଧିକାର ପାଇଁ ଲଢେଇ ଜାରି ରଖନ୍ତୁ । ଦେଶର ନାଗରିକ ହୋଇଥିବାରୁ ଆପଣଙ୍କୁ ଏ ସମସ୍ତ ଅଧିକାର ଦିଆଯାଇଛି ।