ନର୍ଲା ମଧୁପୁରରେ ନାବାଳିକା ମୃତ୍ୟୁ ଘଟଣା : ଆଜି କଳାହାଣ୍ଡି ଗସ୍ତରେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ପ୍ରତିନିଧି ଦଳ

31

କନକ ବ୍ୟୁରୋ : କଳାହାଣ୍ଡି ନର୍ଲା ମଧୁପୁରରେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ସମ୍ପର୍କୀୟ ମାମୁଁ ପୋଡି ଦେବା ଘଟଣାର ତଦନ୍ତ ଜାରି ରହିଛି । ଆଜି କଳାହାଣ୍ଡି ଗସ୍ତ କରିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ପ୍ରତିନିଧି ଦଳ ।

ଏହି ପ୍ରତିନିଧି ଦଳ ଭବାନୀପାଟଣାରେ ପହଂଚିଛନ୍ତି । ସେମାନେ ଜିଲ୍ଲାର ଦୁଇଟି ଘଟଣା ନେଇ ତଦନ୍ତ କରିବେ । ନର୍ଲା ମଧୁପୁରରେ ନାବାଳିକା ମୃତ୍ୟୁ ଘଟଣା ଓ ହାଇଦ୍ରାବାଦ ଇଟାଭାଟିରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବେ ।