ଏବେବି ବଂଚିଛି ମାନବିକତା! ନିଛାଟିଆ ସ୍ଥାନରେ ଯୁବତୀଙ୍କୁ ଏକୁଟିଆ ଦେଖି ମଣିଷପଣିଆର ପରିଚୟ ଦେଲେ ଡ୍ରାଇଭର ଓ କଣ୍ଡକ୍ଟର, ସରକ୍ଷିତ ଭାବରେ ଯୁବତୀଙ୍କୁ ନେଇ ଘରେ ଛାଡିଲେ

855

ବର୍ତ୍ତମାନ ସମୟରେ ମଣିଷପଣିଆକୁ ମାରିଦେଲା ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଏମିିତି ବି କିଛି ମାମଲା ସ୍ମାନକୁ ଆସିଥାଏ ଯାହାକୁ ଆପଣ ଶୁଣିବା, ଦେଖିବା ତଥା ପଢିବା ପରେ ପାଟିରୁ ବାହାରିବ କି ଏବେବି ବଂଚି ରହିଛି ମାନବିକତା । ଏଭଳି ହିଁ ଏକ ମାମଲା ନିକଟରେ ସାମ୍ନାରେ ଆସିଛି । ଯାହାକୁ ଜାଣିବା ପରେ ଆପଣ ବି ସେମାନଙ୍କୁ ସଲାମ୍ ନକରି ରହିପାରିବେ ନାହିଁ ।

ଘଟଣାଟି ଘଟିଛି ମୁମ୍ବାଇରେ । ମୁମ୍ବାଇରେ କାମ କରୁଥିବା ଏକ ଯୁବତୀ ରାତି ପାଖାପାଖି ସାଢେ ଗୋଟେରେ ଘରକୁ ଯିବା ପାଇଁ ଏକ ବସ୍ ଷ୍ଟପରେ ବସକୁ ଅପେକ୍ଷା କରିବସିଥିଲେ । ଠିକ୍ ଏହି ସମୟରେ ଏକ ବସ୍ ଆସି ଯୁବତୀ ବସିଥିବା ବସ୍ ଷ୍ଟପରେ ଲାଗିଥିଲା । କିନ୍ତୁ ଉକ୍ତ ବସଟିରେ ଗୋଟିଏ ବି ଯାତ୍ରୀ ନଥିଲେ । ଥିଲେ କେବଳ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର । ତେବେ କୌଣସି ବି ପରିସ୍ଥିତିରେ ଉକ୍ତ ଯୁବତୀ ଜଣଙ୍କୁ ସେହି ବସରେ ଯିବାକୁ ଥିଲା କାହିଁକି ନା ଏହା ପରେ ଆଉ ବସ୍ ଆସିବ କି ନାହିଁ ତାଙ୍କୁ ଜଣା ନଥିଲା ଆଉ ରାତି ବି ବେଶି ହୋଇଗଲାଣି । ତେଣୁ ଭଗବାନଙ୍କୁ ଡାକି ମହିଳା ଜଣକ ବସରେ ଚଢିଥିଲେ । ଏହାପରେ କିଛି ବାଟ ପରେ ମହିଳାଙ୍କ ଷ୍ଟପେଜ ଚାଲିଆସିଥିଲା । ଏବଂ ସେ ବସରୁ ଓହ୍ଲାଇ ପଡିଥିଲେ । ହେଲେ ଏହା ପରେ ଯାହା ତାଙ୍କ ସହ ଘଟିଥିଲା ତାହା ଆପଣ କେବେ ବିଶ୍ୱାସ ବି କରିପାରିବେ ନାହିଁ ।

ଯୁବତୀ ଜଣକ ଷ୍ଟପେଜରେ ଓହ୍ଲାଇ ଥିଲେ ସତ ହେଲେ ଜାଗାଟି ବହୁତ ନିଛାଟିଆ ଥିଲା ଆଉ ସେ ବହୁତ ଡରି ମଧ୍ୟ ଯାଇଥିଲେ । ସେ କଣ କରିବେ କିଛି ବୁଝିପାରୁନଥିଲେ । ଏହି ସମୟରେ ଗାଡିରେ ବସିଥିବା ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ପଚାରିଥିଲେ କି , ‘ଭଉଣୀ ତୁମେ ଏକା ଅଛ, ନା ଘର ଲୋକ କେହି ତୁମକୁ ନେବା ପାଇଁ ଆସିବେ’ ।

କଣ୍ଡକ୍ଟରର ଏହି ପ୍ରଶ୍ନରେ ଯୁବତୀ ଜଣକ କହିଥିଲେ କି, ନା ତାଙ୍କୁ ଏକାକୀ ହିଁ ଘରକୁ ଯିବାକୁ ପଡିବ ବୋଲି । ତେବେ ଯୁବତୀଙ୍କ କଥା ଶୁଣିବା କ୍ଷଣି ହିଁ ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟର ବସରୁ ଓହ୍ଲାଇ ପଡିଥିଲେ ଆଉ ଯୁବତୀଙ୍କୁ କହିଥିଲେ କି ଭୟ କରନି ଆମେ ତୁମ ସହିତ ଅଛୁ । ଏହାପରେ ଦୁଇ ଜଣ ଯାକ ଯୁବତୀଙ୍କର ରକ୍ଷକ ସାଜି ତାଙ୍କ ପଛେ ପଛେ ଚାଲିଥିଲେ ଆଉ ତାଙ୍କଶ ତାଙ୍କ ଘରେ ସୁରକ୍ଷିତ ଭାବରେ ପହଂଚାଇଥିଲେ । ତେବେ ଏହି ପୂରା ଘଟଣା ସଂପର୍କରେ ଉକ୍ତ ଯୁବତୀ ଜଣକ ନିଜ ଟୁଇଟର ପେଜରେ ପୋଷ୍ଟ କରି ଜଣାଇଥିଲେ । ଏବଂ ସେହି ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ବି ଜଣାଇଥିଲେ । ତେବେ ଯୁବତୀ ଜଣଙ୍କର ଏହି ପୋଷ୍ଟଟିକୁ ପଢି ୟୁଜର୍ସ ମଧ୍ୟ ସେହି ଡ୍ରାଇଭର ଏବଂ କଣ୍ଡକ୍ଟର ଭାଇଙ୍କର ପ୍ରଶଂସା କରିବା ସହ ତାଙ୍କୁ ସଲାମ କରିଛନ୍ତି ।