ଖୋଲା ଆକାଶରୁ ମନୁଷ୍ୟ ମଳ ବର୍ଷା ! ସିଧା ପଡ଼ିଲା ରାସ୍ତାରେ ଯାଉଥିବା ମହିଳା ଚାଳକଙ୍କ ଉପରେ, ୧୨ ଦିନ ପାଇଁ ଜଳାପୋଡ଼ା ହେଲା ମହିଳା ଚାଳକଙ୍କ ଆଖି

50

ଅନେକ ସମୟରେ ଆକାଶରୁ କୁଆପଥର ବର୍ଷା ଓ ମାଛ ବର୍ଷା ହେଉଥିବା ଅଧିକାଂଶ ଲୋକ ଦେଖିଛନ୍ତି । କିନ୍ତୁ ଆକାଶରୁ ମନୁଷ୍ୟର ମଳ ବର୍ଷା ହେବା କଥା କେବେ ଶୁଣିଛନ୍ତି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଜଣେ ମହିଳା ଗାଡ଼ି ଚାଳକ ତାଙ୍କ ସହିତ ଏହି ଅଦ୍ଭୁତ ଘଟଣା ଘଟିଥିବା ନେଇ ଦାବି କରିଛନ୍ତି।

କାନାଡ଼ାର ବ୍ରିଟିସ୍ କୋଲମ୍ବିଆର କେଲୋବାନାରେ ବସବାସ କରୁଥିବା ମହିଳା ସୁସାନ୍ ଏଲନଙ୍କ କହିବାନୁସାରେ, ସେ ରାସ୍ତାରେ ଗାଡ଼ି ନେଇ ଯାଉଥିବା ସମୟରେ ଆକାଶରୁ ହଠାତ୍ କିଛି ତରଳ ପଦାର୍ଥ ତାଙ୍କ ଆଖିରେ ଆସି ପଡ଼ିଥିଲା। ଏହାକୁ ଶୁଙ୍ଘିବାରୁ ଏହା ମଣିଷର ମଳ ବୋଲି ସେ ଜାଣିଥିଲେ । କେବଳ ଏତିକି ନୁହେଁ ଏହି ମଳ ତାଙ୍କ ପୁଅ କାନ୍ଧରେ ବି ପଡ଼ିଥିଲା। ସେ ସଙ୍ଗେସଙ୍ଗେ ପାଣିରେ ଧୋଇ ମଳକୁ ପରିଷ୍କାର କରିଥିଲେ ହେଁ ତାଙ୍କ ଆଖିରେ ଜଳାପୋଡା ହୋଇଥିଲା। ତେଣୁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସୁସାନଙ୍କ ଆଖରେ ମଳ ପଡ଼ି conjunctivitis ସଂକ୍ରମଣ ହୋଇଥିବା କଥା କହିଥିଲେ। ଯେତେବେଳେ ତାଙ୍କ ଉପରେ ମଳ ପଡ଼ିଥିଲା ସେତେବେଳେ ତାଙ୍କ କାର ଉପରେ ଏକ ବିମାନ ଯାଉଥିବା କଥା ସେ କହିଛନ୍ତି।ତେଣୁ ମଣିଷର ମଳ ବିମାନରୁ ପଡ଼ିଥିବା ସେ ଅନୁମାନ କରୁଛନ୍ତି । ଘଟଣା ସମୟରେ ସୁସାନ୍ କେଲୋନା ଏୟାରପୋର୍ଟ ନିକଟରେ ଥିଲେ।

ଏହି ଘଟଣାକୁ କାନାଡ଼ା ଟ୍ରାନ୍ସପୋର୍ଟ ସତ ବୋଲି କହିଛି, ମହିଳାଙ୍କ ସହିତ ଏଭଳି ଘଟଣା ୨୦୧୮ ମଇ ୯ ତାରିଖରେ ଘଟିଥିଲା। ଆକାଶରୁ ମଣିଷ ମଳ ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁସାନ୍ ଆଖି ସଂକ୍ରମଣ ପାଇଁ ୧୨ଦିନ ପାଇଁ ଡାକ୍ତରଙ୍କ ପାଖରୁ ଔଷଧ ଆଣି ସେବନ କରୁଛନ୍ତି।