ସିନେମା ଜଗତରେ ମଧ୍ୟ ରହିଛି ପକ୍ଷପାତ ! ଖୁଲାସା କଲେ ବଲିଉଡ୍ ନାୟିକା ହୁମା କ୍ୟୁରେସୀ

33

ବଲିଉଡ ସିନେମା ଜଗତରେ ପକ୍ଷପାତ ରହିଛି । ଏହାକୁ ଯଦି ଜଣେ ଖଣ୍ଡନ କରେ ତାହେଲେ ତାହା ମିଛ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଣେ ପରିଶ୍ରମ ନକରି ସୁଯୋଗ ପାଇଯାଆନ୍ତି । ଏଠାରେ ଥିବା ଲୋକେ ବହୁ ପରିଶ୍ରମୀ ବୋଲି କହିଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସୀ ।

ଏକ ସାକ୍ଷାତକାରରେ ହୁମା କହିଛନ୍ତି ଯେ, ବଲିଉଡ ସିନେମା ଜଗତରେ ପକ୍ଷପାତ ଏବଂ ଭାଇବନ୍ଧୁ ପ୍ରୀତି କିଛିଟା ରହିଛି । ଜୀବନର ପ୍ରତିଟି ପାହାଚରେ ଏହା ଦେଖିବାକୁ ମିଳିଥାଏ । ତେବେ ବଲିଉଡ୍ ଜଗତରେ ଏଭଳି ପ୍ରୀତି ରହିବା କିଛି ଭୁଲ ନୁହେଁ । ଯଦି କୌଣସି ଏକ କ୍ଷେତ୍ରରେ ଜଣେ ପୂର୍ବରୁ କାମ କରୁଛନ୍ତି ଏବଂ ନବାଗତଙ୍କୁ ମାର୍ଗଦର୍ଶନ ଓ ପରାମର୍ଶ ଦିଅନ୍ତି ,ଏଥିରେ କିଛି ଭୁଲ ନାହିଁ । ବରଂ ଏହା ନୂଆ କରି କାମ କରୁଥିବା ଲୋକଙ୍କ ପାଇଁ ରାସ୍ତା ସୁଗମ କରିଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ପାଖରେ କିଛି ସୁଯୋଗ ନାହିଁ । କାରଣ ତାଙ୍କ କେହି ବ୍ୟକ୍ତି ଚିହ୍ନା ନାହାଁନ୍ତି । ମାତ୍ର ଯାହାର କେହି ବନ୍ଧୁ କିମ୍ବା ପରାମର୍ଶଦାତା ରହିଥାନ୍ତି ସେମାନଙ୍କୁ କାମ କରିବାକୁ ସହଜ ହୋଇଥାଏ ବୋଲି ହୁମା କହିଛନ୍ତି ।

ସୁଚନା ଯୋଗ୍ୟ ଯେ, ୨୦୧୨ରେ ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଚଳଚ୍ଚିତ୍ରରେ ହୁମା ପ୍ରଥମେ ବଲିଉଡ ଜଗତରେ ପାଦ ଥାପି ଥିଲେ । ବର୍ତ୍ତମାନ ତାଙ୍କୁ ଅକ୍ଷୟ କୁମାରଙ୍କ ସହ ‘ଜଲି ଏଲଏଲବି-୨’ ସିନେମାରେ ଦେଖିବାକୁ ମିଳିଛି ।