ମଦ କାଉଣ୍ଟରରେ ଲୋକଙ୍କ ଭିଡ । ଆଗରେ ପଡିଛି ସଟର, ପଛରେ ଚାଲିଛି ବେପାର । ଜୟପୁରରେ ସରକାରୀ ନିୟମ ମାନୁନାହାନ୍ତି ବ୍ୟବସାୟ କି ଗ୍ରାହକ . . .

343

କନକ ବ୍ୟୁରୋ  : ମଦ ଦୋକାନ ଆଗପଟେ ତାଲା ପଡିଥିବା ବେଳେ ପଛପଟେ ଚାଲିଛି ବେପାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ସହରରେ । ଖୁଲମଖୁଲା  ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକ ଡାଉନ ର ସବୁ ନିତି ନିୟମ କୁ ଫୁ କରି ମଦ କିଣିବା ଲାଗି ଭିଡ ଜମାଇଛନ୍ତି ଗ୍ରାହକ । ଦୋକାନ ଶଟର ସିନା ବନ୍ଧ,ତେବେ ବେଧଡ ଚାଲିଛି ମଦ ବ୍ୟାପାର ।  ଦୋକାନରେ ମଦ ନବିକି ଅନଲାଇନରେ ଘରେ ମଦ ପହଚାଂଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତେ ଏହି  ନିୟମକୁ ଉଂଲଘନ କରୁଥିବା ଜୟପୁରରେ ଦେଖାଦେଇଛି ।

 ସହରରେ ୬ ଟି ଠିପି ଖୋଲା ମଦ ଦୋକାନ ରହିଥିବା ବେଳେ୧୨ ଠିପି ବନ୍ଦ ଦୋକାନ ରହିଛି ।  ହେଲେ ଗୋଟିଏ ଦୁଇଟି ଦୋକାନ କୁ ଛାଡ଼ିଦେଲେ ଦୌଣସି ଦୋକାନରେ  ନାହିଁ  ନମ୍ବର , କେଉଁ ନମ୍ବର କୁ ଡ଼ାଏଲ କଲେ କିଏ ଘରେ  ମଦ ପହଚାଂଇବ ତାହା ମଧ୍ୟ କାହାରିକୁ ଜଣା ନାହିଁ ।  ସେପଟେ ଅନ ଲାଇନରେ ମଦ ଯୋଗାଇବା ବିପଦ, । କିଏ ପଇସା ଦେବ ନ ଦେବ ଏବଂ ବର୍ତମାନର ୨ ଦିନରେ ଅଧିକାଂଶ ମଦ ପାଇଁ ଅର୍ଡ଼ର କରୁଛନ୍ତି ପୁଣି ମଦ ନେଇକିଗଲା ପରେ କିଏ କବାଟ  ଖୋଲୁ ନାହାନ୍ତି । ଯିଏ ବି ବାହାରେ ଲୁଚାଛପା ମଦ ପିଉ ଥିଲେ ସେମାନଙ୍କ ଘରକୁ ମଦନେବାକୁ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ବାର ମାଲିକ ।