ଦିଲ୍ଲୀରେ ପୁଣି ଭୟଙ୍କର ନିଆଁ । ଗ୍ରିଣ୍ଟିଂ ଫ୍ୟାକ୍ଟେରୀରେ ଅଗ୍ନିକାଣ୍ଡ, ୨୦ଟି ଦମକଳ ନିଆଁ ଲିଭାଇବାକୁ କରୁଛନ୍ତି କସରତ

ଦିଲ୍ଲୀରେ ପୁଣି ଭୟଙ୍କର ନିଆଁ

65

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ଭୟଙ୍କର ନିଆଁ । ପଶ୍ଚିମ ଦିଲ୍ଲୀରେ ଗ୍ରିଣ୍ଟିଂ ଫ୍ୟାକ୍ଟ୍ରିରେ ନିଆଁ ଲାଗି ହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରି । ଭୟଙ୍କର ନିଆଁ ଯୋଗୁଁ ଆଖପାଖ ଅଂଚଳ ଧୂଆଁମୟ ହୋଇଯାଇଛି । ସକାଳ ପ୍ରାୟ ୭ଟା ୧୫ ମିନିଟରେ ନାରିନା ଇଣ୍ଡଷ୍ଟ୍ରିଆଲ ଏରିଆରେ ଏହି ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀର ୨୦ଟି ଗାଡି ନିଆଁ ଲିଭାଇବା ପାଇଁ କସରତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଲଗାତାର ୩ ଦିନ ହେଲା ଦିଲ୍ଲୀରେ ଏଭଳି ଅଗ୍ନିକାଣ୍ଡ ଘଟୁଛି । ମଙ୍ଗଳବାର ଦିନ ଏକ ହୋଟେଲରେ ନିଆଁ ଲାଗି ୧୭ ଜଣ ପ୍ରାଣ ହରାଇଥିଲେ ।

ଗତକାଲି ବି ପଶ୍ଚିମପୁରୀ ଅଂଚଳରେ ସଟ ସର୍କିଟରୁ ନିଆଁ ଲାଗି ୨୫୦ ଘର ପୋଡିଯାଇଥିଲା । ତେବେ କାହିଁକି ବାରମ୍ବାର ଏପରି ଭାବରେ ନିଆଁ ଲାଗୁଛି ତାହାର ତଦନ୍ତ ହେବାର ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବର୍ତମାନ ସମୟରେ ବି ନିଆଁ ଆୟତ୍ତ ହୋଇନାହିଁ ହେଲେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।